Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଜେଟ ପୂର୍ବରୁ ଚମକିଲା ଶେୟାର ମାର୍କେଟ

National

ବଜେଟ ପୂର୍ବରୁ ଚମକିଲା ଶେୟାର ମାର୍କେଟ

Ritu Das
Browse all articles by Ritu Das
·1 year ago·1 min read
ବଜେଟ ପୂର୍ବରୁ ଚମକିଲା ଶେୟାର ମାର୍କେଟ

ଅର୍ଗସ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ସକାଳ ୯.୫୨ ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୨୮୩.୮୭ ପଏଣ୍ଟ ବୃଦ୍ଧି ସହିତ ୭୭,୭୪୩.୬୮ ସ୍ତରରେ କାରବାର କରୁଛି। ଏହା ବ୍ୟତୀତ, ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୬୫.୦୫ ପଏଣ୍ଟ ବୃଦ୍ଧି ସହିତ ୨୩,୫୭୧.୫୫ରେ କାରବାର କରୁଛି। ସକାଳ ୧୦.୨୦ରେ, ବିଏସଇ ସେନସେକ୍ସ ୨୨୬.୭୦ ପଏଣ୍ଟ କିମ୍ବା ୦.୨୯ ପ୍ରତିଶତ ବୃଦ୍ଧି ସହିତ ୭୭,୭୨୭.୨୭ ସ୍ତରରେ ଖୋଲିଥିଲା। ଏହା ବ୍ୟତୀତ, ଏନଏସଇର ନିଫ୍ଟି ୬୨.୪୫ ଅର୍ଥାତ୍‌ ୦.୨୭ ପଏଣ୍ଟ ବା ୨୩,୫୭୦ ସ୍ତରରେ କାରବାର କରୁଛି।


ସୂଚନାଯୋଗ୍ୟ, ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ସେନସେକ୍ସ ୭୪୧(୭୪୦.୭୬) ପଏଣ୍ଟ ବଢି ୭୭,୫୦୧ (୭୭,୫୦୦.୫୭) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି-୫୦ରେ ମଧ୍ୟ ୨୫୯ (୨୫୮.୯୦) ପଏଣ୍ଟ ବୃଦ୍ଧି ଘଟି ୨୩,୫୦୮(୨୩,୫୦୮.୪୦) ଅଙ୍କରେ କାରବାର ଶେଷ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stock market surges ahead of budget | Argus News