Videos
|
National

ଜେ.ପି ନାଡ୍ଡାଙ୍କ ପତ୍ନୀଙ୍କ କାରକୁ ଦିଲ୍ଲୀ ପୋଲିସର ଉଦ୍ଧାର

Rashmita Mishra
Browse all articles by Rashmita Mishra
·2 years ago·1 min read
ଜେ.ପି ନାଡ୍ଡାଙ୍କ ପତ୍ନୀଙ୍କ କାରକୁ ଦିଲ୍ଲୀ ପୋଲିସର ଉଦ୍ଧାର

ଅର୍ଗସ ବ୍ୟୁରୋ:  ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ସଭାପତି ଜେ.ପି ନାଡ୍ଡାଙ୍କ ପତ୍ନୀଙ୍କ କାରକୁ ଦିଲ୍ଲୀ ପୋଲିସ ଉଦ୍ଧାର କରିଛି। ଦିଲ୍ଲୀରୁ ଚୋରି ହେବାର କିଛି ସପ୍ତାହ ପରେ ଉତ୍ତରପ୍ରଦେଶର ବାରାଣାସୀରୁ କାରକୁ ଦିଲ୍ଲୀ ପୋଲିସ ଉଦ୍ଧାର କରିଛି। ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି  ପୋଲସ କହିଛନ୍ତି। 

ପୋଲିସର କହିଵା ଅନୁସାରେ ମାର୍ଚ୍ଚ ୧୯ତାରିଖ ରେ ଦିଲ୍ଲୀର ଗୋବିନ୍ଦପୁର  ଅଞ୍ଚଳରୁ ଜେପି ନାଡ୍ଡାଙ୍କ ପତ୍ନୀ ମଲ୍ଲିକା ନାଡାଙ୍କ ଫର୍ଚୁନର କାର ଚୋରି  ହୋଇଥିବା ନେଇ  ଅଭିଯେଗ କରିଥିଲେ । 
ତାଙ୍କ ଡ୍ରାଇଭର ଗୋବିନ୍ଦପୁରୀସ୍ଥିତ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଵା ଵେଳେ ଗାଡି ଚୋରି ହୋଇଥିଲା ।ଏହା ପରେ ସେ ପୋଲିସ ନିକଟକୁ ଯାଇ ଅଭିଯୋଗ କରିଥିଲେ ପୋଲିସ ସେହି ମାମଲା ରୁଜୁ କରି ଗାଡି ଖୋଜାଖୋଜି  ଆରମ୍ଭ କରିଥିଲା । ସେ କାର କୁ ଖୋଜିଵା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଦେଖିଵା ପରେ କାରକୁ ଗୁରୁଗ୍ରାମ ଆଡକୁ ଯାଉଥିବାର ଦେଖାଯାଇଥିଲା ଏବଂ ସେ ନମ୍ଵର କୁ ଵଦଳାଇ ହିମାଚଳ ପ୍ରଦେଶର ନମ୍ବର ପ୍ଲେଟ ହୋଇଥିଲା । ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
stolen from delhi jp naddas suv found in varanasi 2 arrested | Argus News