Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି: ୧୦ ମୃତ

National

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି: ୧୦ ମୃତ

Ritu Das
Browse all articles by Ritu Das
·1 year ago·1 min read
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି: ୧୦ ମୃତ

ଅର୍ଗସ ବ୍ୟୁରୋ: ମିଜୋରାମରେ ବଡ଼ ଧରଣର ଅଘଟଣ। ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି। ଏହି ଦୁର୍ଘଟଣାରେ ୧୦ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମିଜୋରାମର ରାଜଧାନୀ ଆଇଜଲ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାଟି ସକାଳ ୬ଟାରେ ଘଟିଥିବା କୁହାଯାଉଛି। ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୃତକ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମିଜୋରାମ ରାଜ୍ୟ ବାହାରର ଲୋକ ବୋଲି ମଧ୍ୟ ସୂଚନା ମିଳିଛି।

ସୂଚନାନୁଯାୟୀ ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଗମନାଗମନ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରବଳ ବର୍ଷା ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି। ଆଗାମୀ ସୂଚନା ନ ମିଳିବା ଯାଏ ସ୍କୁଲ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ଘଟଣା ଘଟିଥିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରଙ୍କୁ ତୁରନ୍ତ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପାହାଡ଼ିଆ ଅଞ୍ଚଳ ହୋଇଥିବା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ଘରଦ୍ୱାର ଭାଙ୍ଗି ଯାଇଛି। ବାତ୍ୟା ରେମାଲ୍‌ ପ୍ରଭାବରେ ବର୍ଷା ଲାଗି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Stone mine | Argus News