Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାଶିବରାତ୍ରୀରେ ଧ୍ଵଜା ବାନ୍ଧିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପଥରମାଡ଼ ସହ ଗାଡ଼ି ଜାଳିଦେଲେ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମହାଶିବରାତ୍ରୀରେ ଧ୍ଵଜା ବାନ୍ଧିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପଥରମାଡ଼ ସହ ଗାଡ଼ି ଜାଳିଦେଲେ

Key Points

ଶିବରାତ୍ରୀକୁ ଦିବ୍ୟ ଓ ଭବ୍ୟ କରିବା ଲାଗି ଆୟୋଜନ ଭିତରେ ବିବାଦ ସୃଷ୍ଟି ହୋଇଛି । ଧ୍ଵଜା ବା ପତାକା ଓ ମାଇକ୍ ଲଗାଇବାକୁ ଯାଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପଥରମାଡ଼ ବି ହୋଇଛି ।

ଜାଗର ବା ମହାଶିବରାତ୍ରୀକୁ ନେଇ ସମସ୍ତେ ଚଳ ଚଞ୍ଚଳ । ଶିବରାତ୍ରୀକୁ ଦିବ୍ୟ ଓ ଭବ୍ୟ କରିବା ଲାଗି ଆୟୋଜନ ଭିତରେ ବିବାଦ ସୃଷ୍ଟି ହୋଇଛି । ଧ୍ଵଜା ବା ପତାକା ଓ ମାଇକ୍ ଲଗାଇବାକୁ ଯାଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପଥରମାଡ଼ ବି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ହଜାରିବାଗରେ ।


ଶିବରାତ୍ରୀ ଲାଗି ପତାକା ବାନ୍ଧିବା ଏବଂ ମାଇକ୍ ଲଗାଇବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି । ପରସ୍ପର ଉପରକୁ ଢେଲା ମାଡ଼ ସହ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହଜାରିବାଗର ଇଚାକ ଥାନା ଡୁମରୌନର ହିନ୍ଦୁସ୍ତାନ ଛକରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏକ ଗୋଷ୍ଠୀ ଶିବରାତ୍ରୀ ଲାଗି ପତାକା ବାନ୍ଧିବା ସହ ମାଇକ୍‌ ଲଗାଇବା ପାଇଁ ଉଦ୍ୟମ କରୁଥିଲେ । ଆଉ ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାକୁ ବିବାଦ ସୃଷ୍ଟି ହୋଇଥିଲା । ଉଭୟ ପକ୍ଷ ପରସ୍ପରକୁ ଢେଲାମାଡ଼ କରିବା ସହ ୨ଟି ବାଇକ୍ ଏବଂ ଏକ ଅଟୋରେ ନିଆଁ ଲଗାଇ ଦେଇଥିଲେ ।


କୁହାଯାଉଛି, ଉତ୍ତେଜନାକାରୀ ଏକ ଦୋକାନ ବି ଜାଳି ଦେଇଛନ୍ତି । ଢେଲାମାଡ଼ରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ହଜାରିବାଦ ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଉତ୍ତେଜନାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ କର୍ମୀଙ୍କୁ ମୁତୟନ କରିଛି ପ୍ରଶାସନ । ପୋଲିସ ପକ୍ଷରୁ, ଶାନ୍ତି ରକ୍ଷା ଲାଗି ଅନୁରୋଧ କରାଯାଇଛି । ଏବେ ପରିସ୍ଥିତି ଶାନ୍ତ ଥିବା କହିଛନ୍ତି ଏସ୍‌ପି ଶ୍ରୁତି ଅଗ୍ରୱାଲ୍ ।

Sponsored