Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମାଇଁ ଲର୍ଡ଼' ନ ଡାକିଲେ 'ମୁଁ ମୋର ଅଧା ଦରମା ଦେବି'

National

'ମାଇଁ ଲର୍ଡ଼' ନ ଡାକିଲେ 'ମୁଁ ମୋର ଅଧା ଦରମା ଦେବି'

Arpita Mohanty
Browse all articles by Arpita Mohanty
·2 years ago·1 min read
'ମାଇଁ ଲର୍ଡ଼' ନ ଡାକିଲେ 'ମୁଁ ମୋର ଅଧା ଦରମା ଦେବି'

ଅର୍ଗସ ବ୍ୟୁରୋ : ଅଦାଲତରେ ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ଓକିଲମାନେ ବାରମ୍ବାର ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ ଡାକି ମୁଖ୍ୟ ବିଚାରପତିଙ୍କୁ ସମ୍ବୋଧନା କରିଥାନ୍ତି କିନ୍ତୁ ସୁପ୍ରିମକୋର୍ଟ ବିଚାରପତି ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମାଇଁ ଲର୍ଡ଼ର ଅର୍ଥ ହେଉଛି 'ମୋର ପ୍ରଭୁ' ତେଣୁ କୌଣସି ମଣିଷକୁ ପ୍ରଭୁ କହି ସମ୍ବୋଧନା କରିବା ଯୁକ୍ତିଯୁକ୍ତ ନୁହେଁ ।ଏକ ନିୟମିତ ମାମଲାର ଶୁଣାଣି ସମୟରେ ବୁଧବାର ପିଏସ୍. ନରସିଂହ ଜଣେ ବରିଷ୍ଠ ଓକିଲଙ୍କୁ କହିଛନ୍ତି। ସେ କହିଛନ୍ତି "ତୁମେ କେତେଥର 'ମାଇଁ ଲର୍ଡ଼' କହିବ? ଯଦି ତୁମେ ଏହା କହିବା ବନ୍ଦ କର, ତେବେ ମୁଁ ମୋର ଅଧା ଦରମା ତୁମକୁ ଦେବି।  

ସାଧାରଣତଃ କୋର୍ଟରେ ଓକିଲମାନେ ଯୁକ୍ତି ଚାଲିଥିବା ସମୟରେ ବିଚାରପତିମାନଙ୍କୁ ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ ଭାବରେ ସମ୍ବୋଧିତ କରିଥାନ୍ତି |କିନ୍ତୁ କିଛି ଲୋକ ଏହାକୁ ବିରୋଧ କରିଛନ୍ତି ସେମାନଙ୍କ କହିବା ଅନୁସାରେ ଏହି ଅଭ୍ୟାସ କେଉଁ ପୁରାତନ ଯୁଗରୁ ଚାଲିଆସିଥିବା ଏକ ଦାସତ୍ବ ପ୍ରଥାର ସଙ୍କେତ। ପରେ ଜଷ୍ଟିସ୍ ନରସିଂହ କହିଛନ୍ତି ଯେ ଆପଣ ଏହା ବଦଳରେ 'ସାର୍' କାହିଁକି ବ୍ୟବହାର କରୁନାହାଁନ୍ତି, ଅନ୍ୟଥା ସେ ବରିଷ୍ଠ ଓକିଲ କେତେଥର "ମୋ ଲର୍ଡସ୍" କହିଛନ୍ତି ତାହା ଗଣିବା ଆରମ୍ଭ କରିବେ।
୨୦୦୬ରେ, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସଂକଳ୍ପ ପାରିତ କରିଥିଲା ​​ଯେ କୌଣସି ଓକିଲ ବିଚାରପତିଙ୍କୁ ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ ଭାବରେ ସମ୍ବୋଧିତ କରିବେ ନାହିଁ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ଅଭ୍ୟାସରେ ପାଳନ କରାଯାଇନାହିଁ।

ଅଧିକ ପଢ଼ନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Stop Saying My Lord, Will Give You Half My Salary | Argus News