Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - "ମୋ ଚର୍ଚ୍ଚା କରିବା ବନ୍ଦ କରନ୍ତୁ" , ଏମିତି କହି କାନ୍ଦିଲେ ଆଇଆଇଟି ବାବା

National

"ମୋ ଚର୍ଚ୍ଚା କରିବା ବନ୍ଦ କରନ୍ତୁ" , ଏମିତି କହି କାନ୍ଦିଲେ ଆଇଆଇଟି ବାବା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
"ମୋ ଚର୍ଚ୍ଚା କରିବା ବନ୍ଦ କରନ୍ତୁ" , ଏମିତି କହି କାନ୍ଦିଲେ ଆଇଆଇଟି ବାବା

ଅର୍ଗସ ବ୍ୟୁରୋ : କ୍ୟାମେରା ସାମ୍ନାରେ ଭୋ ଭୋ କାନ୍ଦିଲେ ଆଇଆଇଟି ବାବା ଓରଫ ଅଭୟ ସିଂ । ତାଙ୍କର କାନ୍ଦୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କାନ୍ଦି କାନ୍ଦି ସେ ନିବେଦନ କରୁଥିବା ଦେଖିବାକୁ ମିଳୁଛି ।

ଆଇଆଇଟି ବାବା ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଭାଇରାଲ ହେବାପରେ ତାଙ୍କ ବାପା ସୋସିଆଲ ମିଡିଆରେ ତାଙ୍କୁ ଘରକୁ ଫେରିଯିବା ପାଇଁ ହାତଯୋଡି ଅନୁରୋଧ କରିଥିଲେ । ଆଉ ପରେ ଅଭୟ ସିଂ ଅଧିକରୁ ଅଧିକ ଚର୍ଚ୍ଚାରେ ରହିବାକୁ ଲାଗିଥିଲେ । ଏବେ ସେ ଏକ ଭିଡିଓରେ କାନ୍ଦୁଥିବାର ନଜର ଆସିଛନ୍ତି ।
ସେ କହିଥିଲେ, ପ୍ରଥମେ ମତେ ଆଇଆଇଟି ବାବା ନାଁରେ ଡାକିବା ବନ୍ଦ କରନ୍ତୁ । ଯେଉଁ ମୋହମାୟା ଛାଡି ମୁଁ ଏତେ ଦୂରକୁ ଚାଲି ଆସିଛି, ପୁଣି ସେ ସବୁ ସହ ମୋତେ ପୁଣି ଯୋଡନ୍ତୁ ନାହିଁ । ମୁଁ ଚର୍ଚ୍ଚାରେ ରହିବାକୁ ଚାହୁଁନି । ମୁଁ ଶାନ୍ତିରେ ରହିବାକୁ ଚାହୁଁଛି ।

ମୁଁ ଦେଖେଇ ହେବା ପସନ୍ଦ କରେନି । ମୋ ଘରଲୋକେ ସବୁବେଳେ କୁହନ୍ତି ମୁଁ IIT ରେ ପଢେ । କିନ୍ତୁ ମୁଁ କେବେ କୁହେନି । ଯେତେବେଳେ ମୁଁ ଭାଇରାଲ ହୋଇନଥିଲି ସେତେବେଳେ ମୁଁ ପ୍ରୟାଗରାଜରେ ହିଁ ରହୁଥିଲି । ଯେତେବେଳେ ଯେଉଁଠି ଇଚ୍ଛା ବସୁଥିଲି , କଥା ହେଉଥିଲି , ଖାଉଥିଲି ସେତେବେଳେ କେହି ଧ୍ୟାନ ଦେଉନଥିଲେ । ମୁଁ ବହୁତ ଖୁସିରେ ରହୁଥିଲି । କିନ୍ତୁ ଏବେ ବଞ୍ଚିବା ବହୁତ କଷ୍ଟ ହୋଇ ପଡିଛି । ଚର୍ଚ୍ଚାରେ ରହିବା ମୋ ପାଇଁ ବୋଝ ପାଲଟିଯାଇଛି । ମୁଁ କେବଳ ମୋର ଆଧ୍ୟାତ୍ମିକ ଯାତ୍ରା ଜାରି ରଖିବାକୁ ଚାହୁଁଛି । ଆଇଆଇଟି ବାବାର କାହାଣୀ ଏବେ ପାଇଁ ବନ୍ଦ ହୋଇଯିବା ଦରକାର । ପୂର୍ଣ୍ଣତା ପ୍ରାପ୍ତି କରିବା ପାଇଁ ସାଂସାରିକ ବୋଝରୁ ମୁକ୍ତ ହେବା ନିହାତି ଦରକାର ବୋଲି ସେ କହିଛନ୍ତି ।

ସେ ଏହି ମହାକୁମ୍ଭ ଯାତ୍ରାରେ ଶାନ୍ତିରେ ନିଜର ସାଧନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏତିକି କହିବା ବେଳେ ସେ ଭାବବିହ୍ବଳ ହୋଇ ପଡିଥିଲେ। ତାଙ୍କ ଆଖିରୁ ଲୁହ ଝରିଥିବା ଦେଖିବାକୁ ମିଳିଥିଲା । ଏବେ ଅଭୟ ସିଂଙ୍କ କାହାଣୀ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Stop talking about me", cried IIT Baba | Argus News