Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଙ୍ଗଡାକୁ ନେଇ ସରଗରମ ହିମାଚଳ ରାଜନୀତି

Smruti Parija
Browse all articles by Smruti Parija
·1 year ago·1 min read
ସିଙ୍ଗଡାକୁ ନେଇ ସରଗରମ ହିମାଚଳ ରାଜନୀତି

ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ  ପ୍ଲେଟରୁ ସିଙ୍ଗଡ଼ା ଓ କେକ୍ ଗାଏବ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ଜଳଖିଆ ପ୍ଲେଟରୁ ସିଙ୍ଗଡା ଓ କେକ୍ ଗାଏବ ଘଟଣାକୁ ନେଇ ସରଗରମ ହୋଇଛି ହିମାଚଳ ରାଜନୀତି । ସାମାନ୍ୟ ଘଟଣାରେ ସିଆଇଡି ତଦନ୍ତକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । 

ପ୍ରାଥମିକ ତଦନ୍ତରୁ ଏହା କର୍ମଚାରୀଙ୍କ ଅବହେଳା ବୋଲି ଜଣାପଡ଼ିଛି । ଅକ୍ଟୋବର ୨୧ ତାରିଖରେ ସିଆଇଡି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ସିଏମଙ୍କ ପାଇଁ ଲକ୍କର ବଜାରରୁ ତିନିଟି ବାକ୍ସରେ ସିଙ୍ଗଡା ଓ କେକ୍ ମଗାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜାଗାରେ ତାଙ୍କ ସୁରକ୍ଷାକର୍ମୀଙ୍କୁ ସିଙ୍ଗଡା ଓ କେକ୍ ପରଷିଥିଲେ କର୍ମଚାରୀ । 

ଯାଞ୍ଚ ରିପୋର୍ଟ ଅନୁସାରେ ତଦନ୍ତରେ କେଉଁ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡା ଗାଏବ ହେଲା ତାହା ଜଣାପଡିଛି । ସେପଟେ ଘଟଣାକୁ ନେଇ ଅପପ୍ରଚାର ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଉପଦେଷ୍ଟା ନରେଶ ଚୌହାନ କହିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Storm over 'no samosa for Himachal Chief Minister', CID says no probe amid row | Argus News