Videos
|
National

Indian Currency / ପୁରୁଣା ୧୦ ଟଙ୍କିଆ ନୋଟ୍‌ର ଚିତ୍ର ପଛରେ ଥିଲା କ’ଣ ରହସ୍ୟ ?

Rashmita Mishra
Browse all articles by Rashmita Mishra
·1 hour ago·2 min read
ପୁରୁଣା ୧୦ ଟଙ୍କିଆ ନୋଟ୍‌ର ଚିତ୍ର ପଛରେ ଥିଲା କ’ଣ ରହସ୍ୟ ?
Indian Currency

Key Points

ପୁରୁଣା ୧୦ ଟଙ୍କିଆ ନୋଟ୍‌ରେ କାହିଁକି ଥିଲେ ହାତୀ, ଗଣ୍ଡା ଓ ହରିଣ ?
୧୦ ଟଙ୍କିଆ ନୋଟ୍‌ରେ ଲୁଚିଛି ଭାରତର ପ୍ରକୃତିର କାହାଣୀ ।
ପୁରୁଣା ୧୦ ଟଙ୍କିଆ ନୋଟ୍‌ର ଚିତ୍ର ପଛରେ ଥିଲା କ’ଣ ରହସ୍ୟ ?
ହାତୀ-ଗଣ୍ଡା-ହରିଣରୁ କୋଣାର୍କ ଚକ୍ର, ବଦଳିଲା ୧୦ ଟଙ୍କିଆ ନୋଟ୍‌ର ଚିହ୍ନ ।  

ଆମେ ପ୍ରତିଦିନ ଟଙ୍କାରେ ଅନେକ ନୋଟ୍‌ ଦେଖୁଛୁ । କିନ୍ତୁ କେବେ ଭାବିଛନ୍ତି କି, ଏହି ନୋଟ୍‌ଗୁଡ଼ିକରେ ଥିବା ଚିତ୍ରଗୁଡ଼ିକର ଅର୍ଥ କ’ଣ ? ଯଦି ଆପଣ ପୁରୁଣା ୧୦ ଟଙ୍କିଆ ନୋଟ୍‌ ମନେ ପକାନ୍ତି, ତାହାର ପଛପଟେ ତିନୋଟି ସୁନ୍ଦର ବନ୍ୟଜନ୍ତୁ ହାତୀ, ଏକଶିଙ୍ଗିଆ ଗଣ୍ଡା ଓ ହରିଣ ଦେଖିବାକୁ ମିଳୁଥିଲା ।

ଏହି ତିନୋଟି ପ୍ରାଣୀକୁ କେବଳ ନୋଟ୍‌ର ସଜାଣି ପାଇଁ ରଖାଯାଇନଥିଲା । ଏହା ମାଧ୍ୟମରେ ଭାରତର ସମୃଦ୍ଧ ଜୈବ ବିବିଧତା ଓ ପ୍ରାକୃତିକ ଐତିହ୍ୟକୁ ପ୍ରତିଫଳିତ କରାଯାଇଥିଲା ।

  • ଏକଶିଙ୍ଗିଆ ଗଣ୍ଡା:- ନୋଟ୍‌ରେ ଥିବା ଗଣ୍ଡା ଭାରତର, ବିଶେଷକରି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରସିଦ୍ଧ ଏକଶିଙ୍ଗିଆ ଗଣ୍ଡାକୁ ମନେ ପକାଇଥାଏ । ଏହା ଭାରତର ଅନନ୍ୟ ବନ୍ୟଜନ୍ତୁ ଐତିହ୍ୟ ଓ ବନ୍ୟଜୀବ ସଂରକ୍ଷଣର ଗୁରୁତ୍ୱକୁ ଦର୍ଶାଏ ।



  • ହାତୀ:- ହାତୀ ଭାରତର ଜାତୀୟ ଐତିହ୍ୟ ପ୍ରାଣୀ ଭାବେ ପରିଚିତ । ଭାରତୀୟ ସଂସ୍କୃତିରେ ଏହାର ବିଶେଷ ସ୍ଥାନ ରହିଛି । ଏହା ସହିତ ଜଙ୍ଗଲର ପରିବେଶୀୟ ସନ୍ତୁଳନ ବଜାୟ ରଖିବାରେ ମଧ୍ୟ ହାତୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ।



  • ହରିଣ:-
    ହରିଣ ଭାରତର ବିଭିନ୍ନ ଜଙ୍ଗଲ, ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ବନ୍ୟଜୀବ ବିବିଧତାର ଏକ ସୁନ୍ଦର ପ୍ରତୀକ । ଏହା ଭାରତୀୟ ପ୍ରାକୃତିକ ପରିବେଶର ଏକ ଅବିଚ୍ଛେଦ୍ୟ ଅଂଶ । ଏହି ତିନୋଟି ପ୍ରାଣୀକୁ ଏକାଠି ଦେଖାଇ ପୁରୁଣା ୧୦ ଟଙ୍କିଆ ନୋଟ୍‌ ଭାରତର ଜଙ୍ଗଲ, ବନ୍ୟଜୀବ ଓ ପ୍ରାକୃତିକ ସମ୍ପଦର ଗୁରୁତ୍ୱକୁ ସାଧାରଣ ଲୋକଙ୍କ ନଜରକୁ ଆଣିଥିଲା ।



ତା’ପରେ ୧୦ ଟଙ୍କିଆ ନୋଟ୍‌ରେ କ’ଣ ଆସିଲା ?
୨୦୧୮ ମସିହାରେ ମହାତ୍ମା ଗାନ୍ଧୀ ସିରିଜ୍‌ରେ ନୂଆ ୧୦ ଟଙ୍କିଆ ନୋଟ୍‌ ଜାରି ହେଲା । ଏହାର ରଙ୍ଗ ଥିଲା ଚକୋଲେଟ୍‌ ବ୍ରାଉନ୍‌ । ନୂଆ ନୋଟ୍‌ର ପଛପଟେ ହାତୀ, ଗଣ୍ଡା ଓ ହରିଣର ସ୍ଥାନରେ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ରର ଚିତ୍ର ରହିଛି । ଏହା ଭାରତର ସମୃଦ୍ଧ ସ୍ଥାପତ୍ୟକଳା ଓ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରେ ।

ତେବେ ପୁରୁଣା ୧୦ ଟଙ୍କିଆ ନୋଟ୍‌କୁ ଦେଖିଲେ ଏହା କେବଳ ଏକ ୧୦ ଟଙ୍କାର କାଗଜ ନୁହେଁ । ତାହାରେ ଲୁଚି ରହିଛି ଭାରତର ପ୍ରକୃତି, ବନ୍ୟଜୀବ ଓ ଜୈବ ବିବିଧତାର ଏକ ଛୋଟ ଝଲକ । ତେଣୁ ପରବର୍ତ୍ତୀଥର ଆପଣଙ୍କ ହାତକୁ ସେହି ପୁରୁଣା ୧୦ ଟଙ୍କିଆ ନୋଟ୍‌ ଆସିଲେ, ତା’ର ପଛପଟକୁ ନିଶ୍ଚୟ ଥରେ ଭଲ କରି ଦେଖନ୍ତୁ ସେଠାରେ ଭାରତର ପ୍ରକୃତିର ଏକ ସୁନ୍ଦର କାହାଣୀ ଲୁଚିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: