Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଜବ ରେସିପି; ସୋସିଆଲ ମିଡିଆରେ ଭାଇରାଲ ଆମ୍ବ ପରଟା , ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅଜବ ରେସିପି; ସୋସିଆଲ ମିଡିଆରେ ଭାଇରାଲ ଆମ୍ବ ପରଟା , ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

Key Points

ଫାଣ୍ଟା ମ୍ୟାଗି, ଆଇସକ୍ରିମ ବିରିୟାନୀ ଭଳି ଅଜବ ଅଜବ ଜିନିଷ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଆଜି ଜାଣିବା ମ୍ୟାଙ୍ଗୋ ପରଟା ବିଷୟରେ । ପ୍ରଥମେ ବ୍ୟକ୍ତି ଜଣକ ଆମ୍ବକୁ ଛୋଟ ଛୋଟ ପିସ୍ କରି କାଟି ସେଥିରେ କିଛି ମସଲା ଗୋଳାଇ ରଖୁଛନ୍ତି ।

ଖରାଦିନ ଆଉ ଆମ୍ବ । ଯେବେ ଖରାର ତାତି ବଢିଯାଏ ସେବେ ଖୋଜାପଡେ ଆମ୍ବ । ସେ ୮ ବର୍ଷର ପିଲା ହେଉ କି ୮୦ ବର୍ଷର ବୃଦ୍ଧ , ସମସ୍ତେ ଆମ୍ବକୁ ବେଶ ଭଲ ପାଆନ୍ତି । ଆମ୍ବ ଜୁସ୍ କଥା କୁହନ୍ତୁ କି ଆମ୍ବ ଲସି , ସବୁକୁ ବେଶ ଆନନ୍ଦର ସହ ଆମେ ଉପଭୋଗ କରନ୍ତି । କିନ୍ତୁ କେବେ 'ଆମ୍ବ ପରଟା' ଖାଇଛନ୍ତି କି ? ଆମ୍ବ ପରଟା ଶୁଣି ଆପଣଙ୍କୁ ନିଶ୍ଚୟ ଟିକେ ଅଜବ ଲାଗୁଥିବ, କିନ୍ତୁ ଏହି ରେସିପି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ବ୍ରାଣ୍ଡ ଇନସାନ୍ ନାମକ ଏକ ହ୍ୟାଣ୍ଡେଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ଜଣେ ଫାଷ୍ଟ ଫୁଡ୍ ଦୋକାନୀ ଏପରି ପରଟା ତିଆରି କରୁଛନ୍ତି ।


ଫାଣ୍ଟା ମ୍ୟାଗି, ଆଇସକ୍ରିମ ବିରିୟାନୀ ଭଳି ଅଜବ ଅଜବ ଜିନିଷ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଆଜି ଜାଣିବା ମ୍ୟାଙ୍ଗୋ ପରଟା ବିଷୟରେ । ପ୍ରଥମେ ବ୍ୟକ୍ତି ଜଣକ ଆମ୍ବକୁ ଛୋଟ ଛୋଟ ପିସ୍ କରି କାଟି ସେଥିରେ କିଛି ମସଲା ଗୋଳାଇ ରଖୁଛନ୍ତି । ପରେ ପରଟା ପାଇଁ ଗୁଳି ପ୍ରସ୍ତୁତ କରି ସେଥିରେ ଏହି ମସଲା ସହ ଆମ୍ବକୁ ଦେଇ ଗୋଲ ଗୋଲ କରି ଗୁଳା ପ୍ରସ୍ତୁତ କରୁଛନ୍ତି । ଏହାପରେ ଗୋଲ କରି ବେଲିବା ପରେ ତାୱାରେ ସେକୁଛନ୍ତି । ଏବେ ପ୍ରସ୍ତୁତ ହେଇଗଲା ଆମ୍ବ ପରାଟା । ଏହାକୁ ବଟ୍‌ର ସହ କିମ୍ବା ପରଟା ସହ ଆପଣ ଖାଇ ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strange recipe; Mango paratha goes viral on social media, know the preparation method | Argus News