Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରୁ ବାହାରିଲା ଅଜବ ସାମଗ୍ରୀ

National

କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରୁ ବାହାରିଲା ଅଜବ ସାମଗ୍ରୀ

Ritu Das
Browse all articles by Ritu Das
·2 years ago·1 min read
କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରୁ ବାହାରିଲା ଅଜବ ସାମଗ୍ରୀ

ଅର୍ଗସ ବ୍ୟୁରୋ: ସମସ୍ତଙ୍କୁ ସିଙ୍ଗଡ଼ା ଭାରି ପସନ୍ଦ। କିନ୍ତୁ ଆଜି ସିଙ୍ଗଡ଼ାକୁ ନେଇ ଘଟିଛି ଏକ ଅଜବ ଘଟଣା। ଯାହା ଆପଣ କେବେ ବି ଶୁଣି ନ ଥିବେ। ସିଙ୍ଗଡ଼ା ଭିତରୁ ବାହାରିଲା ଆପଣ ବିଶ୍ବାସ କରିପାରୁ ନାହାନ୍ତି ନା କିନ୍ତୁ କଥାଟା ସତ।  ସିଙ୍ଗଡ଼ାରୁ ବାହାରିଲା ଗୁଟଖା ଓ ପଥର ଗୁଣ୍ତ। କମ୍ପାନୀକୁ ବଦନାମ କରିବା ପାଇଁ କର୍ମଚାରୀଙ୍କ ଅଜବ କାଣ୍ତ।  ପୋଲିସ ଏନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଣେରେ ନାମୀଦାମୀ ଅଟୋମୋବାଇଲ୍‌ କମ୍ପାନୀରେ ଘଟିଛି ଏଭଳି କାଣ୍ତ। ଅର୍ଡର କରିଥିବା ସିଙ୍ଗଡ଼ାରେ ବାହାରିଛି ଏହିସବୁ ଜିନିଷ।

ସିଙ୍ଗଡ଼ାରେ ଷ୍ଟଫ୍‌ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍‌, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍‌ ଏବଂ ବିକି ଶେଖ୍‌ ଘଟାଇଛନ୍ତି ଏହି କାଣ୍ତ। 

ପୋଲିସ କହିବାନୁଯାୟୀ କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଏକ ଅଟୋମାବାଇଲ୍‌ କମ୍ପାନୀର କ୍ୟାଣ୍ଟିନ୍‌କୁ ଖାଦ୍ୟ ଡେଲିଭରି କରୁଥିଲେ। ଦିନେ ଅର୍ଡର ହୋଇଥିବା ସିଙ୍ଗଡ଼ାରେ କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ ଦେଖିବାକୁ ମିଳିଥିଲା। ଏହାପରେ କମ୍ପାନୀର କର୍ମଚାରୀ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ମନୋହର ଏଣ୍ଟରପ୍ରାଇଜର୍ସର ଦୁଇ କର୍ମଚାରୀ ଫିରୋଜ୍‌ ଶେଖ୍‌ ଓ ବିକି ଶେଖ୍‌ ଏଭଳି ଘଟଣା ଘଟାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Strange things | Argus News