Videos
|
National

Viral Story / ପ୍ରେମ କାହାଣୀର ଅଜବ ମୋଡ଼: ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ, ଆଉ ପରଦିନ...

Rashmita Mishra
Browse all articles by Rashmita Mishra
·40 mins ago·2 min read
ପ୍ରେମ କାହାଣୀର ଅଜବ ମୋଡ଼: ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ, ଆଉ ପରଦିନ...
Viral Story

Key Points

ପ୍ରେମ କାହାଣୀର ଅଜବ ମୋଡ଼...
ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ଆଉ ପରଦିନ...
ପ୍ରେମିକାକୁ ଭେଟିବାକୁ ଯାଇଥିଲେ ଜବରଦସ୍ତ ହେଲା ବାହାଘର
 

ବିହାରର ମୁଜଫ୍ଫରପୁରରୁ ଏକ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପ୍ରେମିକାଙ୍କୁ ରାତିର ଅନ୍ଧାରରେ ଚୁପଚାପ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ଗାଁଲୋକେ ଧରି ପକାଇଥିଲେ । ଏହାପରେ ଯାହା ଘଟିଲା, ତାହା ସମ୍ଭବତଃ ସେ ଯୁବକ ନିଜେ ମଧ୍ୟ କଳ୍ପନା କରିନଥିଲେ । ପରଦିନ ସେହି ଯୁବତୀଙ୍କ ମଥାରେ ସିନ୍ଦୂର ଭରି ସେ ତାଙ୍କ ସ୍ୱାମୀ ହୋଇଗଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଘଟଣାଟି ମୁଜଫ୍ଫରପୁରର ବୋଚହା ଓ ଅହିୟାପୁର ଥାନା ଅଞ୍ଚଳ ସହ ଜଡ଼ିତ । ଯୁବକ ଜଣକ ବୋଚହା ଥାନା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଯୁବତୀ ଅହିୟାପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଦୁହିଁଜଣଙ୍କ ପରିଚୟ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା । ପ୍ରଥମେ ପରିଚୟ, ପରେ କଥାବାର୍ତ୍ତା ଏବଂ ଧୀରେ ଧୀରେ ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇଥିଲା । ପ୍ରାୟ ଏକ ବର୍ଷ ଧରି ଦୁହିଁଜଣଙ୍କ ମଧ୍ୟରେ ସମ୍ପର୍କ ଥିବା କୁହାଯାଉଛି ।

ସୋମବାର ରାତିରେ ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଗାଁରେ ପହଞ୍ଚିଥିଲେ । ରାତିରେ ଗୁପ୍ତ ଭାବେ ଦେଖା କରି କିଛି ସମୟ କଥା ହୋଇ ଫେରିଯିବା ତାଙ୍କ ଯୋଜନା ଥିବା କୁହାଯାଉଛି । କିନ୍ତୁ ତାଙ୍କ ଆସିବା ଖବର କୌଣସି ପ୍ରକାରେ ଯୁବତୀଙ୍କ ପରିବାର ଓ ଗାଁଲୋକଙ୍କ ପାଖରେ ପହଞ୍ଚିଗଲା ।

କିଛି ସମୟ ମଧ୍ୟରେ ଲୋକେ ସେଠାରେ ଜମା ହୋଇଗଲେ । ଯୁବକ ଓ ଯୁବତୀଙ୍କୁ ଧରାଯାଇଥିଲା । ଘଟଣାସ୍ଥଳରେ ଗହଳି ଓ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଗାଁଲୋକଙ୍କ ପକ୍ଷରୁ ଏକ ଅଜବ ପ୍ରସ୍ତାବ ଆସିଲା ଯେତେବେଳେ ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି, ତେବେ ବିବାହ କରିନିଅ । ପରଦିନ ଯୁବତୀଙ୍କ ଘରେ ବିବାହ ପାଇଁ ପ୍ରସ୍ତୁତି ହେଲା । ସିନ୍ଦୂର ଅଣାଗଲା, ମହିଳାମାନେ ବିବାହ ଗୀତ ଗାଇଲେ ଏବଂ ଗାଁଲୋକଙ୍କ ଉପସ୍ଥିତିରେ ଯୁବକ ଜଣକ ଯୁବତୀଙ୍କ ମଥାରେ ସିନ୍ଦୂର ଭରିଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହି ସମୟରେ ଉପସ୍ଥିତ କେହି ଜଣେ ପୂରା ଘଟଣାର ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ଗାଁଲୋକଙ୍କ ଭିଡ଼, ମହିଳାମାନଙ୍କ ବିବାହ ଗୀତ ଏବଂ ଯୁବକଙ୍କ ଦ୍ୱାରା ଯୁବତୀଙ୍କ ମଥାରେ ସିନ୍ଦୂର ଭରିବା ଦୃଶ୍ୟ ଦେଖାଯାଉଛି । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଘଟଣାରେ ପରେ ପୋଲିସର ମଧ୍ୟ ଏଣ୍ଟ୍ରି ହୋଇଥିଲା। ଯୁବକ ଓ ଯୁବତୀଙ୍କୁ ଜୋରଜବରଦସ୍ତି ବିବାହ କରାଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ସୂଚନା ପାଇ ଅହିୟାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସେଠାରୁ ନେଇଯାଇଥିଲା। ପରେ ଉଭୟ ଯୁବକ ଓ ଯୁବତୀଙ୍କୁ ଥାନାକୁ ନିଆଯାଇଥିଲା ।

ଥାନାରେ ଦୁହିଁଜଣଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ବୟସ ଯାଞ୍ଚ କରାଯାଇଥିଲା । ପୋଲିସ ଅନୁସାରେ, ଉଭୟେ ବାଲିଗ ଥିବା ଜଣାପଡ଼ିଥିଲା । ଏହାପରେ ଦୁହିଁଜଣଙ୍କୁ ପଚରାଯାଇଥିଲା ଯେ ସେମାନେ ପରସ୍ପର ସହ ରହିବାକୁ ଚାହୁଁଛନ୍ତି କି ନାହିଁ । ପୋଲିସ ସମ୍ମୁଖରେ ଯୁବକ ଓ ଯୁବତୀ ନିଜ ଇଚ୍ଛାରେ ସାଙ୍ଗେ ରହିବାକୁ ଚାହୁଁଥିବା କହିଥିଲେ । ପରେ ପରିବାରର ସମ୍ମତି ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଉଭୟଙ୍କୁ ପିଆର୍ ବଣ୍ଡ୍‌ରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ରାତିର ଗୁପ୍ତ ସାକ୍ଷାତରୁ ଆରମ୍ଭ କରି ଗାଁଲୋକଙ୍କ ସାମ୍ନାରେ ସିନ୍ଦୂର ଭରିବା ପର୍ଯ୍ୟନ୍ତ ପହଞ୍ଚିଛି । ତେବେ ପୋଲିସର ପଚରାଉଚରାରେ ଉଭୟେ ବାଲିଗ ଏବଂ ନିଜ ଇଚ୍ଛାରେ ସାଙ୍ଗେ ରହିବାକୁ ଚାହୁଁଥିବା କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: