ମୁସଲିମ ବିରୋଧୀ ନୁହେଁ CAA : ଅମିତ ଶାହ

ନୂଆଦିଲ୍ଲୀ: CAA ଶରଣାର୍ଥୀଙ୍କୁ ନାଗରିକତା ଦିଏ । କାହା ନାଗରିକତା ନିଏନି । ନାଗରିକତା ସଂଶୋଧନ ଆଇନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ।
କହିଲେ ମୁସଲିମ ବିରୋଧୀ ନୁହେଁ ଏହି ଆଇନ। ନାଗରିକତା ଦେବୁ ହେଲେ ଦେଶର ସୁରକ୍ଷା ସହ କେବେ ବି କରିବୁନି ବୁଝାମଣା। ବିରୋଧୀଙ୍କୁ ବି ଦେଲେ କଡ଼ା ଯବାବ।. କହିଲେ ପ୍ରତ୍ୟାହାର ହେବନି । ଶରଣାର୍ଥୀଙ୍କୁ ମିଳିବ ନ୍ୟାୟ । ଅନ୍ତଯାର୍ତୀୟ ଖବର ସରବରାହ ସଂସ୍ଥାକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । CAA କୁ ନେଇ ଦେଇଛନ୍ତି ବଡ଼ ବୟାନ । କହିଲେ CAA ହେଉଛି ଏହି ଦେଶର କାନୁନ୍ ।
ଶରଣାର୍ଥୀ ମାନଙ୍କୁ ନାଗରିକତା ମିଳିବା CAAର ଲକ୍ଷ୍ୟ । ଯେଉଁମାନଙ୍କ ସହ ଧର୍ମ ଆଧାରରେ ପ୍ରତାଡ଼ନା ହୋଇଛି ସେମାନଙ୍କ ପାଇଁ CAA । CAA ଉପରେ ସୁପ୍ରିମକୋଟ୍ଙ୍କ ତରଫରୁ କୌଣସି ଷ୍ଟେ ନାହିଁ । ଏହି କାନୁନ୍ ଶରଣାର୍ଥୀଙ୍କୁ ନ୍ୟାୟ ଦେବା ପଇଁ ବନାଯାଇଛି । CAA ସହିତ NRCର କୌଣସି ସମ୍ପର୍କ ନାହିଁ । CAA କେବଳ ଦେଶର ହିତ ପାଇଁ କରାଯାଇଛି । ନାଗରିକତା ଦେବା ଆମର ସମ୍ପ୍ରଭୁ ଅଧିକାର । ବିପକ୍ଷ କେବଳ ତୁଷ୍ଟୀକରଣ ରାଜନିତୀ କରୁଛି । ନାଗରିକତା ସହିତ ଏବଂ ଭାରତର ସୁରକ୍ଷା କ୍ଷେତ୍ରରେ କେବେ ଆମେ ସମଝୌତା କରିବୁ ନାହିଁ । CAA କେବେ ବି ମୁସିଲମ୍ ବିରୋଧୀ ନୁହଁ
ଅଧିକ ପଢନ୍ତୁ ଭାରତ ଖବର
