ଗଣେଶ ପେଣ୍ଡାଲକୁ ପଥରମାଡ଼କାରୀଙ୍କ ଉପରେ କଠୋର ଆକ୍ସନ

ଅର୍ଗସ ବ୍ୟୁରୋ: ଏ ଦୃଶ୍ୟ ଦେଖିଲେ ଆଉ କୌଣସି ଦଙ୍ଗାକାରୀ ପୂଜା ପାର୍ବଣରେ ପଥରମାଡ଼ ପାଇଁ କରିବେନି ଦୁଃସାହସ। ଉପଦ୍ରବକାରୀଙ୍କୁ ଏମିତି ପଡ଼ିଛି ମାଡ଼ ସଳଖି ଚାଲିବାକୁ ଆଉ ଆଗକୁ ପଡୁନି ଗୋଡ଼। ଏମାନେ ହେଉଛନ୍ତି ସେହି ହିଂସାକାରୀ ଯେଉଁମାନେ ରବିବାର ରାତିରେ ସୁରଟର ସୟଦପୁରାରେ ହୋଇଥିବା ଗଣେଶ ପେଣ୍ଡାଲରେ କରିଥିଲେ ପଥରମାଡ଼। ଉପସ୍ଥିତ ଶ୍ରଦ୍ଧାଳୁ ସଙ୍ଗେ ସଙ୍ଗେ ସେମାନଙ୍କୁ ମାଡ଼ି ବସିଥିଲେ। ୨ ଜଣଙ୍କୁ ଧରି ସେମାନେ ପୋଲିସ ଜିମା ଦେଇଥିବା ବେଳେ ବାକି ସାଥୀ ଫେରାର ହୋଇଯାଥିଲେ। ଆଉ ପୋଲିସ ଯେତେବେଳେ ଧରିବାକୁ ଗୋଡ଼ାଇଥିଲା ସେମାନଙ୍କ ସମ୍ପ୍ରଦାୟର କିଛି ସାଥୀ ଘେରିଯାଇ ପୋଲିସ ଉପରକୁ ପଥରମାଡ଼ କରିଥିଲେ ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପଥରମାଡ଼କାରୀଙ୍କ ମଧ୍ୟରେ କିଛି ଥିଲେ ନାବାଳକ। ଏ ଖବର ପହଞ୍ଚିବା କ୍ଷଣି ନିଜେ ରାତି ଗୋଟାଏରେ ଗଣେଶ ପେଣ୍ଡାଲ ପାଖରେ ପହଞ୍ଚିଥିଲେ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି। ନିଜେ ଶ୍ରଦ୍ଧାଳୁଙ୍କୁ ଆଶ୍ବସ୍ତ କରିବା ସହ ଗଣପତିଙ୍କ ଆରତୀ କରି ପୂଜା କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଆଉ ଆଶ୍ବସନା ଦେଇଥିଲେ ସୂର୍ଯ୍ୟୋଦୟ ପୂର୍ବରୁ ସବୁ ଉପଦ୍ରବକାରୀଙ୍କୁ ଗିରଫ କରାଯିବ।
ଏହାପରେ ଆକ୍ସନକୁ ଆସିଥିଲା ସୁରଟ ପୋଲିସ। ଖୋଜି ଖୋଜି ଉପଦ୍ରବକାରୀଙ୍କୁ ଘରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣିଥିଲା। ଏପରିକି ବାହାରୁ ତାଲା ପକାଇ ଘରେ ଲୁଚିଥିବା ଉବଦ୍ରବକାରୀଙ୍କୁ ବି ଉଠାଇଆଣିଥିଲା ସୁରତ ପୋଲିସ। ଆଉ ଯେତେବେଳେ ଏ ଦୃଶ୍ୟ ସାମ୍ନାକୁ ଆସିଲା, ସୁରତ ପୋଲିସକୁ ସାରା ଦେଶରୁ ବାଃ ବାଃ ମିଳିଥିଲା।
ଖାଲି ସେତିକିରେ ଅଟକି ନଥିଲା ପୋଲିସର ଆକ୍ସନ। ସୟଦପୁରାରେ ଥିବା ଉପଦ୍ରବକାରୀଙ୍କ ବେଆଇନ୍ ନିର୍ମାଣ ଉପରେ ଚାଲିଥିଲା ବୁଲଡୋଜର। ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଉପଦ୍ରବକାରୀଙ୍କ ବିରୋଧରେ ୩ଟି ମାମଲା ରୁଜୁ କରିବା ସହ ୩୩ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
📱 Get Argus News App
✨ଗୁଜରାଟ ସରକାର ଓ ସୁରତ ପୋଲିସର ଏହି ଆକ୍ସନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଯଦି ସବୁଠି ଦଙ୍ଗାକାରୀ ଓ ଉପଦ୍ରବକାରୀଙ୍କ ଉପରେ ଏପରି ତତକ୍ଷଣାତ ଆକ୍ସନ ନିଆଯିବ ଆଉ ସାହସ ଜୁଟାଇପାରିବେନି ଏଭଳି ଆଇନ ହାତକୁ ନେବାକୁ। ସବୁଠୁ ଆଶ୍ଚର୍ଯ୍ୟର କଥା ଏପ୍ରସଙ୍ଗରେ ବିରୋଧୀଙ୍କ ମୁହଁରେ ତାଲା।
କେହି ଉପଦ୍ରବକାରୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିବାକୁ ଯାଇ ପଦଟିଏ ବି କହିନାହାନ୍ତି। ବରଂ ପୋଲିସର କାର୍ଯ୍ୟାନୁଷ୍ଠାନ କଠୋର ହୋଇଗଲା ବୋଲି କୁହାଗଲାଣି।
ଥରେ ଚିନ୍ତା କରନ୍ତୁ ଯଦି ମହରମ କିମ୍ବା ବକରୀ ଇଦ୍ ଅବସରରେ ଏପରି ପଥରମାଡ଼ ହୋଇଥାନ୍ତା ଏହି ତୁନିମୁହାଁ ବିରୋଧୀମାନେ ଏତେବେଳକୁ ସାରା ଦେଶକୁ ଉଠାଇପକାଇଥାନ୍ତେ। ଚିତ୍କାର କରି କହିଥାନ୍ତେ ଭାରତରେ ଧର୍ମନିରପେକ୍ଷ ସଙ୍କଟରେ। ଜାତିସଂଘକୁ ହସ୍ତକ୍ଷେପ କରିବାକୁ ଅପିଲ କରିସାରିଥାନ୍ତେ। କିନ୍ତୁ ଇଏ ହେଉଛି ଏହି ତଥାକଥିତ ଧର୍ମନିରପେକ୍ଷବାଦୀଙ୍କର ଅସଲ ଚେହେରା। ହିନ୍ଦୁଙ୍କ ଉପରେ ଆକ୍ରମଣ ବେଳେ ଏମାନଙ୍କ ମୁହଁରେ ପଡ଼ିଯାଏ ତାଲା।
ଅଧିକ ପଢ଼ନ୍ତୁ ଭାରତ ଖବର