Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସକାଳୁ ସକାଳୁ କୋଲକାତାକୁ ଭୂ-କମ୍ପର ଶକ୍ତ ଝଟକା

Ritu Das
Browse all articles by Ritu Das
·1 year ago
ସକାଳୁ ସକାଳୁ କୋଲକାତାକୁ ଭୂ-କମ୍ପର ଶକ୍ତ ଝଟକା

ଆଜି ସକାଳୁ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ କୋଲକାତାରେ ଏହି ଭୂମିକମ୍ପର ମାତ୍ରା ଅଧିକ ରହିଛି। ମଙ୍ଗଳବାର ସକାଳୁ କୋଲକାତାରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ରିକ୍ଟର ସ୍କେଲରେ ମପାଯାଇଛି। ସକାଳୁ ସକାଳୁ ଆସିଥିବା ଏହି ଭୂମିକମ୍ପରେ ଲୋକଙ୍କୁ କିଛି ସମୟ ପାଇଁ ଦୋହଲାଇ ଦେଇଛି। ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ।


ଭୁବନେଶ୍ୱର ସମେତ ବାଲେଶ୍ୱର ଏବଂ ପାରାଦ୍ୱୀପରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ବଙ୍ଗିପସାଗରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ସୂଚନା ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟକା ବାଂଲାଦେଶରେ ମଧ୍ୟ ଅନୁଭୂତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strong earthquake jolts Kolkata in the early hours of the morning | Argus News