Videos
|
National

ଡିଜିଟାଲ କ୍ରାନ୍ତି ପାଇଁ ଭାରତରେ ପ୍ରସ୍ତୁତ ଦୃଢ଼ ଭିତ୍ତିଭୂମି

Ritu Das
Browse all articles by Ritu Das
·1 year ago·2 min read
ଡିଜିଟାଲ କ୍ରାନ୍ତି ପାଇଁ ଭାରତରେ ପ୍ରସ୍ତୁତ ଦୃଢ଼ ଭିତ୍ତିଭୂମି

ଅର୍ଗସ ବ୍ୟୁରୋ: ବିକଶିତ ଭାରତର ଦୃଢ଼ ମୂଳଦୂଆ । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଅଷ୍ଟମ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଦେଖିବାକୁ ମିଳିଛି ନୂଆ ଭାରତରେ ଡିଜିଟାଲ କ୍ରାନ୍ତିର ଝଲକ । ଆଇଟିୟୁ ବିଶ୍ୱ ଦୂରସଂଚାର ମାନକୀକରଣ ସଭାରେ ଭାରତର ଇନୋଭେସନ ଇକୋସିଷ୍ଟମ ନୂଆ ଆଶା ସଂଚାର କରିଛି । ଦି ଫ୍ୟୁଚର ଇଜ୍ ନାଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ୧୯୦ରୁ ଅଧିକ ଦେଶର ୩ ହଜାର ପ୍ରତିନିଧି । ପରବର୍ତ୍ତୀ ପିଢ଼ିର ଆବଶ୍ୟକତା, ଏଆଇ, ଆଇଓଟି, ବିଗ୍ ଡାଟା, ସାଇବର ସିକ୍ୟୁରିଟି ସହ WTSA- ୨୦୨୪ରେ ସଦସ୍ୟଭୂକ୍ତ ରାଷ୍ଟ୍ର ଗୁଡ଼ିକରେ 6G ନେଟୱର୍କକୁ ନେଇ ହୋଇ ବିସ୍ତୃତ ଆଲୋଚନା ।  ପ୍ରଥମ ଥର ପାଇଁ ITU-WTSA  ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆୟୋଜିତ ହୋଇଛି । ବିକଶିତ ପାଇଁ ଡିଜିଟାଲ ଫାଷ୍ଟ୍ କୁ ଲକ୍ଷ୍ୟ ପୂରଣ ପାଇଁ ଆହ୍ବାନ ଦେଇଛନ୍ତି ମୋଦି ।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ-2024ରେ 9 ଶହରୁ ଅଧିକ ଷ୍ଟାର୍ଟଅପ୍ ସହ 120ରୁ ଅଧିକ ଦେଶର ଶିଳ୍ପ ନେତା, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞ,  ସେମାନଙ୍କ ଉକ୍ତୃଷ୍ଟ ଉତ୍ପାଦର ପ୍ରଦର୍ଶନ କରିଛନ୍ତି । ଯାହା ବିଶ୍ୱ ଟେଲିକମ୍ ଏଜେଣ୍ଡା ଗଠନ ସହ ଭବିଷ୍ୟତର ଟେକ୍ନୋଲୋଜି ପାଇଁ ମାର୍ଗ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆଶା ରହିଛି । 2014 ଭାରତରେ ଥିଲା ମାତ୍ର 2ଟି ମୋବାଇଲ୍ ମାନୁଫ୍ୟାକଚରିଂ ୟୁନିଟ୍। ଏବେ ଦେଶରେ 2 ଶହରୁ ଅଧିକ ମୋବାଇଲ୍ ମାନ୍ୟୁଫାକ୍ଚରିଂ ୟୁନିଟ। ଏସବୁରେ ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଉପଯୋଗ ହେଉଛି । ବିଶ୍ବର ଦ୍ବିତୀୟ ବୃହତମ 5G ମାର୍କେଟ୍, UPI ପେମେଣ୍ଟ ବ୍ୟବସ୍ଥା ବିଶ୍ବ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ଭାରତ ୱିମେନ୍ ଲେଡ୍ ଡେଭଲପମେଣ୍ଟ ଉପରେ ମଧ୍ୟ ଗୁରୁତ୍ବ ଦେଉଛି । ଭାରତ ଟେଲିକମକୁ କେବଳ କନେକ୍ଟିଭିଟି ପାଇଁ ନୁହେଁ ବରଂ ସୁଯୋଗର ମାଧ୍ୟମ ବନାଇବାରେ ସଫଳ ହୋଇଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । 

ଭବିଷ୍ୟତ ପିଢ଼ି ପାଇଁ ପ୍ରସ୍ତୁତ ହେଉଛି ପ୍ଲାଟଫର୍ମ । 4 ବର୍ଷରେ ଥରେ ଆୟୋଜିତ ହେଉଥିବା ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ୟୁନାଇଟେଡ୍ ନେସନ୍ସ ଏଜେନ୍ସି ଫର ଡିଜିଟାଲ ଟେକ୍ନୋଲୋଜିର ମାନକୀକରଣ ସମ୍ମିଳନୀ ଭାରତର ଡିଜିଟାଲ କ୍ରାନ୍ତିକୁ ବିଶ୍ବବାସୀଙ୍କ ସ୍ବୀକୃତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: