Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବୀରାଂଗନାଙ୍କ ହାତରେ ଦେଶ ସୁରକ୍ଷାର ଡୋର 

Manini Pattanayak
Browse all articles by Manini Pattanayak
·1 year ago·2 min read
ବୀରାଂଗନାଙ୍କ ହାତରେ ଦେଶ ସୁରକ୍ଷାର ଡୋର 

ନୂଆଦିଲ୍ଲୀ:  ସଶକ୍ତ, ସବଳ ଓ ଆତ୍ମବିଶ୍ବାସରେ ଭରପୁର୍ । ବୀରାଂଗନାଙ୍କ ହାତରେ ଦେଶ ସୁରକ୍ଷାର ଡୋର । କୁଛ ନଶା ତିରଙ୍ଗେ କି ଆନ୍ କା .. କୁଛ ନଶା ମାତୃଭୂମି କି ମାନ୍ କା .. ହମ୍ ଲହରାଏଙ୍ଗେ ହର୍ ଜଗହ ୟେ ତିରଙ୍ଗା .. ନଶା ୟେ ହିନ୍ଦୁସ୍ତାନ କି ଶାନ୍ କା। ଫାଷ୍ଟ ଲାଇନ ଅଫ୍ ଡିଫେନ୍ସର ସ୍ତମ୍ଭରେ ଲେଖା ହୋଇଥିବା ଏହି କେଇ ପଦ କଥାକୁ ଯେବେ ଗୋଟେ ଭାରତୀୟ ପଢ଼େ କି ଶୁଣେ... ସେତବେଳେ ଶିହରି ଉଠେ ଶରୀର। ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗରେ ଦଉଡ଼ି ଯାଏ ଶତ ସିଂହର ବଳ। ଆଉ ଏହି ଲେଖାହିଁ ଭରିଥାଏ ଜୈସାଲମିର ମରୁଭୂମିର ଡହ ଡହ ଖରାରେ, ଭାରତ ପାକିସ୍ତାନ ସୀମାରେ ମୁତୟନ, ଏହି ମହାଯୋଦ୍ଧାଙ୍କ ମନରେ ଦମ୍ଭ। ତେବେ କେମିତି ଦେଖାଯାଏ ଭାରତର ସୀମା ?  କେମିତି ସେଠାରେ ଜୀବନ ବିତାନ୍ତି ସୀମା ସୁରକ୍ଷାରେ ମୁତୟନ ଏହି ଯବାନ ?  କଣ ଖାଲି ପୁରୁଷ ଯବାନ ହିଁ ସୀମା ଜଗନ୍ତି, ନା ଆମ ବୀରାଂଗନା ମହିଳା ଯବାନ ବି ସୀମାରେ ଦେଶକୁ ଦିଅନ୍ତି ସୁରକ୍ଷା ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜି ଖୋଜି ରାଜସ୍ଥାନରେ ଥିବା ଭାରତ ପାକିସ୍ତାନ ସୀମାରେ ପହଞ୍ଚିଛି ଅର୍ଗସ୍।  

 କେବେ ଡହ ଡହ ଖରାରେ ସିଝୁଛନ୍ତି ତ କେବେ ବର୍ଷାରେ ଭିଜୁଛନ୍ତି। ଦିନ ହେଉ କି ରାତି। ପ୍ରତି ମୁହୂର୍ତ୍ତରେ ସୀମାରେ ସଜାଗ ଦେଶର ଏହି ଜାଗ୍ରତ ପ୍ରହରୀ। ଦେଶର ଏହି ବୀରଙ୍କୁ ଯେବେ ମିଳିଯାଏ ନାରୀ ଶୁକ୍ତିଙ୍କ ସହଯୋଗ ସେତେବେଳେ ଦୁଇ ଗୁଣିତ ହୋଇଯାଏ ଏମାନଙ୍କ ବଳ। ଏହି ବୀରାଂଗନାଙ୍କ ଧୈର୍ଯ୍ୟ ଓ ସାହାସ ଆଗରେ ଫେଲ୍ ମାରେ ଶତ୍ରୁର ସବୁ ଚାଲ୍। ଇଣ୍ଡୋପାକ୍ ସୀମାରେ ମୁତୟନ ଦେଶର ଏହି ବୀରାଂଗନାଙ୍କ ମୁହଁରୁ ହିଁ ଶୁଣନ୍ତୁ ସେମାନଙ୍କ ବୀରତ୍ବର ଗାଥା।   ଅନେକ ସାହସ ଓ ବୀରତ୍ବର ଗାଥାକୁ ନିଜ ଛାତିରେ ଜାବୁଡି ଧରିଛି ରାଜସ୍ଥାନର ମାଟି। ଏଠି ଚାରିଆଡେ ଖେଳେଇ ହୋଇ ରହିଛି ଭାରତ ପାକିସ୍ତାନ ଭିତରେ ଥିବା ତିକ୍ତତାର ଛୋଟ ବଡ଼ ଇତିହାସ। 1971ର ଯୁଦ୍ଧରେ ପାକିସ୍ତାନ ସେନାକୁ ମୁହଁତୋଡ୍ ଜବାବ ଦେଇଥିଲା ଭାରତୀୟ ସେନା। ଯାହାର ସବୁଠୁ ବଡ଼ ପ୍ରମାଣ ହେଉଛି ଏହି ଅଞ୍ଚଳର ଲଙ୍ଗେୱାଲା ଯୁଦ୍ଧ ସ୍ଥଳରେ ଥିବା ପାକିସ୍ତାନର ଏହି ଟ୍ୟାଙ୍କର୍। ସେହି ଯଦ୍ଧ ସମୟରେ ଭୀରତୀୟ ଯବାନଙ୍କ ବୀରତ୍ବର ଗାଥାକୁ ଆଜିବି ଏ ଅଞ୍ଚଳର ପ୍ରତିଟି ନାଗରିକଙ୍କ ମୁହଁରୁ ଶୁଣିବାକୁ ମିଳେ।   ଇଏ ହେଉଛି ରାଜସ୍ଥାନର ତନୋଟ ମାତା ମନ୍ଦିର।

1965 ଭାରତ ପାକିସ୍ତାନ ଯୁଦ୍ଧ ସମୟର ଏକ ଅଲୌକିକ ସ୍ମୃତିକୁ ନିଜ ଭିତରେ ଧରି ରଖିଛି ଏହି ଧାର୍ମିକ ସ୍ଥଳ। କୁହାଯାଏ ସେତବେଳେ ଏହି ମନ୍ଦିର ଉପରେ ବୋମାମାଡ଼ କରିଥିଲା ପାକିସ୍ତାନ। ହେଲେ ଏହି ବୋମା ଆପେ ଆପେ ନିଷ୍କ୍ରିୟ ହୋଇଗଲା। ଯେଉଁଥି ପାଇଁ ବଞ୍ଚି ଯାଇଥିଲା ଅନେକ ଭାରତୀୟ ଯବାନଙ୍କ ଜୀବନ। ସେବେଠୁ ଏହି ମନ୍ଦିରରେ ଆସ୍ଥାର ସହ ପୂଜାର୍ଚ୍ଚନା କରିଆସୁଛନ୍ତି ସୀମାସୁରକ୍ଷା ବଳର ଯବାନ।  ପୁରା ଦେଶ ମନାଉଛି 78 ତମ ସ୍ବାଧୀନତା ଦିବସର ଉତ୍ସାହ। ଆଉ ଦେଶର ତାଳେ ତାଳେ ସୀମାରେ ବି ଦାୟିତ୍ବ ବୋଧତା ଭିତରେ, ପରସ୍ପର ସହ ମିଶି ଯବାନ ପାଳୁଛନ୍ତି ସ୍ବାଧୀନତା ଦିବସ। 
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strong, powerful and full of confidence | Argus News