ବାଂଲାଦେଶରେ ଇସ୍କନର ଚିନ୍ମୟ ପ୍ରଭୁଙ୍କ ଗିରଫକୁ ତୀବ୍ର ବିରୋଧ
·1 year ago

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ଇସ୍କନର ଚିନ୍ମୟ ପ୍ରଭୁଙ୍କ ଗିରଫକୁ ତୀବ୍ର ବିରୋଧ। ପ୍ରତିବାଦରେ ଆରମ୍ଭ ହୋଇଛି ପ୍ରଦର୍ଶନ। ଇସ୍କନ ପୁଣ୍ଡରୀକ ଧାମ ଅଧ୍ୟକ୍ଷ ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିଛି ବାଂଲାଦେଶ ପୋଲିସ। ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ପରେ ହିନ୍ଦୁ ଏକତା ପାଇଁ କାର୍ଯ୍ୟ କରୁଥିଲେ ଚିନ୍ମୟ ପ୍ରଭୁ।
ଏନେଇ ଆଜି ପଶ୍ଚିମବଙ୍ଗରେ ଇସ୍କନ ପକ୍ଷରୁ କୀର୍ତ୍ତନ କରି ଏହାକୁ ବିରୋଧ କରାଯାଇଛି। ଏନେଇ ଇସ୍କନର ଯୋଗାଯୋଗ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ଦାସ କହିଛନ୍ତି, ଇସ୍କନ ପରି ସଂସ୍ଥାକୁ ଆତଙ୍କବାଦୀ ସଂଗଠନର ଆଖ୍ୟାଦେବା ଠିକ ନୁହେଁ। ଭାରତ ଓ ସାରା ବିଶ୍ବରେ ଏହାକୁ କେହି ବି ସ୍ବୀକାର କରିବେ ନାହିଁ। ସେହିପରି ଇସ୍କନର ଗ୍ଲୋବାଲ ଡ୍ୟୁଟି ଅଫିସର ଗୌରାଙ୍ଗ ଦାସ କହିଛନ୍ତି, ଚିନ୍ମୟ ପ୍ରଭୁଙ୍କ ଉପରେ ହୋଇଥିବା ଅତ୍ୟାଚାର ଅତ୍ୟନ୍ତ ନିନ୍ଦନୀୟ..।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: