Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଷ୍ଟୁଡେଣ୍ଟ୍ ଫୋରମ୍ ନୂଆଦିଲ୍ଲୀ ତରଫରୁ ସମ୍ବଲପୁରୀ ଦିନ ପାଳନ

Banajyotshna Ray
Browse all articles by Banajyotshna Ray
·1 year ago
ଷ୍ଟୁଡେଣ୍ଟ୍ ଫୋରମ୍ ନୂଆଦିଲ୍ଲୀ ତରଫରୁ ସମ୍ବଲପୁରୀ ଦିନ ପାଳନ

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀ ସ୍ଥିତ ହୌଜ ଖାସ୍‍ ଜଗନ୍ନାଥ ମନ୍ଦିରରେ ୱେଷ୍ଟର୍ନ ଓଡିଶା ଷ୍ଟୁଡେଣ୍ଟ୍ ଫୋରମ୍ ନୂଆ ଦିଲ୍ଲୀ ତରଫରୁ ସମ୍ବଲପୁରୀ ଦିନ ପାଳନ ହୋଇଛି। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରି କବିଙ୍କ ସମ୍ବଲପୁରୀ ଭାଷା, ବ୍ୟାକରଣ ଓ ସଂସ୍କୃତି ପ୍ରତି ଯୋଗଦାନ ବିଷୟରେ ଆଲୋଚନା ହୋଇଥଲା। ସାସ୍କୃତିକ ଚେତନାରେ ଯୁବଗୋଷ୍ଠୀଙ୍କୁ ପ୍ରେରିତ କରିବା ପାଇଁ ଜାତୀୟ ପୁରସ୍କାପ୍ରାପ୍ତ ସମ୍ବଲପୁରୀ ଚଳଚ୍ଚିତ୍ର  ଆଦିମ ବିଚାର ପ୍ରଦର୍ଶିତ ହୋଇଥିଲା। ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପ୍ରାକ୍ତନ ଉପ-କୂଳପତି ଅବସରପ୍ରାପ୍ତ ପ୍ରଫେସର୍ ହିମାଦ୍ରି ବହିଦାର କବିଙ୍କ ଜୀବନୀ ଓ ସାରସ୍ଵତ କୃତି ଉପରେ ଆଲୋକପାତ କରି ପଶ୍ଚିମ ଓଡିଶାର ସାସ୍କୃତିକ ଭାବଧାରା ବିଶ୍ଵବିଦିତ ବୋଲି ଉଧବୋଧନ ଦେଇଥିଲେ। ଏ ଅବସରରେ ସମ୍ବଲପୁରୀ ନାଚ, ଗୀତ ଓ ଅଞ୍ଚଳର ବ୍ୟଞ୍ଜନ ଯଥା ଆରିସା ଓ ଲେଥା ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତି ହୋଇ ଅତିଥି ମାନଙ୍କୁ ପରସା ଯାଇଥିଲା |

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Student Forum Celebration sambalpuri din | Argus News