Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

`ଏକ ଦେଶ ଏକ ନିର୍ବାଚନ'କୁ ସମର୍ଥନ ଦେବା ପାଇଁ ଏକାଠି ହେଲେ ଛାତ୍ର ନେତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
`ଏକ ଦେଶ ଏକ ନିର୍ବାଚନ'କୁ ସମର୍ଥନ ଦେବା ପାଇଁ ଏକାଠି ହେଲେ ଛାତ୍ର ନେତା

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ `ଏକ ଦେଶ ଏକ ନିର୍ବାଚନ'କୁ ସମର୍ଥନ ଦେବା ପାଇଁ ଏକାଠି ହେଲେ ଦେଶର ଏକ ହଜାର ଛାତ୍ର ନେତା । ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟରରେ student for one nation one election କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା- ଛାତ୍ରନେତାଙ୍କୁ one nation one electionର ଗୁରୁତ୍ୱକୁ ବୁଝାଇବ । ଓଡ଼ିଶାରୁ ୨୦ ଜଣ ଛାତ୍ର ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


one nation one election ସମାଜର ସମସ୍ତ ବର୍ଗର ଲୋକଙ୍କୁ କିଭଳି ବୁଝାଇ ହେବ ସେ ବିଷୟରେ ଛାତ୍ରନେତାଙ୍କୁ ବୁଝାଇଥିଲେ ଶିବରାଜ ସିଂ ଚୌହାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ ସ୍ବପ୍ନ ପୂରଣ ପାଇଁ ଏହି one nation one ଇଲେକ୍ସନ୍ ଆବଶ୍ୟକ । ବିରୋଧୀ ଏହାକୁ ନେଇ ରାଜନୀତି କରୁଛନ୍ତି । ଦେଶକୁ ଆଗକୁ ନେବାକୁ ହେଲେ ସ୍ଥିର ସରକାର ହେବା ଦରକାର । ନୀତି ନିୟମ ଦ୍ୱାରା ଦେଶର କାନୁନ ବଦଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
student-leaders-come-together-to-support-one-nation-one-election | Argus News