ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କ ଖୁସି

ଅର୍ଗସ ବ୍ୟୁରୋ: ପରୀକ୍ଷା ସରିବାପରେ ଛାତ୍ରଛାତ୍ରୀଙ୍କ ଚେହେରାରେ ଅଲଗା ପ୍ରକାର ଖୁସି ଦେଖିବାକୁ ମିଳିଥାଏ। ଛୋଟ ପିଲା ହୁଅନ୍ତୁ କି ବଡ଼ ପିଲା ହୁଅନ୍ତୁ ଛୁଟିର ଅପେକ୍ଷା ସମସ୍ତଙ୍କୁ ଥାଏ। କାରଣ ସ୍କୁଲ ବନ୍ଦ ହେଲେ ଛୋଟ ପିଲାମାନଙ୍କୁ ଆଶ୍ବସ୍ତି ମିଳିଯାଏ। ସତରେ ପରୀକ୍ଷା ସରୁ ସରୁ ପିଲାଙ୍କ ଚେହେରାରେ ଯୋଉ ଖୁସି ଥାଏ ନା ତାକୁ ଶବ୍ଦରେ ବର୍ଣ୍ଣନା କରିହେବନି। ଆମେ ଏମିତି କହିବାର ଏକ କାରଣ ରହିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ଝିଅର ସୁନ୍ଦର ଡ୍ୟାନ୍ସ ଦେଖିଲେ ଆପଣ ବି ଫିଦା ହୋଇଯିବେ। ଆଉ ଆପଣ ଏହି ଭିଡିଓ ଦେଖିଲେ ଆପଣଙ୍କ ମୁହଁରେ ବି ଏକ ସୁନ୍ଦର ସ୍ମାଇଲ ଆସିଯିବ।
ଭିଡିଓରେ ଜଣେ କୁନି ଝିଅ ଶେଷ ପେପର ପରୀକ୍ଷା ଦେଇ ଘରକୁ ଆସୁଥିଲେ। ଘରକୁ ପଶୁ ପଶୁ ଜମାଲ କୁଡ଼ୁ ଗୀତ ବାଜୁଥିଲା। ଆଉ ଏହି ଗୀତର ଧୁନ୍ ଶୁଣି କୁନି ଝିଅର ପାଦ କଣ ନିୟନ୍ତ୍ରଣରେ ରହୁଥିଲା। ଜମାଲ କୁଡ଼ୁ ସଙ୍ଗରେ କୁନି ଝିଅର ଅଣ୍ଟା ହଲେଇ ଡ୍ୟାନ୍ସ କରିବା ସତରେ ବେଶ ଇଣ୍ଟେରେଷ୍ଟିଂ ଥିଲା। ଝିଅଟି ସ୍କୁଲ ବ୍ୟାଗକୁ ମୁଣ୍ଡରେ ରଖି ମସ୍ତ ଡ୍ୟାନ୍ସ ଷ୍ଟେପ କରି ଘର ଭିତରକୁ ଏଣ୍ଟ୍ରି କରିଥିଲା। ଏହି ଭିଡିଓକୁ ଅରବିନ୍ଦ ଚୋଟିଆ ନାମକ ଜଣେ ବ୍ୟକ୍ତି ଏକ୍ସରେ ଶେୟାର କରିଛନ୍ତି।
ସତରେ ପରୀକ୍ଷା ସରିବା ଖୁସି ଏହାକୁ ହିଁ କୁହନ୍ତି। ଜଣେ ୟୁଜର୍ସ ଏହି ଭିଡିଓ ଦେଖି ଲେଖିଛନ୍ତି ଏହା ଅତି ଶାନଦାର ଭିଡିଓ ଅଟେ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ବଚେ ଦିଲକେ ସଚେ ହୋତେ ହୈ। ଆଉ ଜଣେ ଲେଖିଛନ୍ତି ଆମେ ବି ପରୀକ୍ଷା ସରିଲେ ଏଞ୍ଜୟ କରୁଥିଲୁ କିନ୍ତୁ ଦୁଃଖର ବିଷୟ ଯେ, ସେତେବେଳେ ଆମର ଏହି ମୋମେଣ୍ଟକୁ ରେକର୍ଡ କରିବାଲାଗି କୌଣସି ସ୍ମାର୍ଟ ଫୋନ ନ ଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର