ସମୟର ସଠିକ୍ ଉପଯୋଗ ନେଇ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

Key Points
ଯଦି ପିଲାଙ୍କୁ ବହିରେ ବାନ୍ଧି ଦିଆଯାଏ ସେମାନେ ବଢ଼ି ପାରିବେ ନାହିଁ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅର୍ଗସ ବ୍ୟୁରୋ: ଛାତ୍ରଛାତ୍ରୀ ରୋବଟ୍ ନୁହନ୍ତି । ଆମେ ଆମର ସମଗ୍ର ବିକାଶ ପାଇଁ ଅଧ୍ୟୟନ କରୁଛେ । ଯଦି ପିଲାଙ୍କୁ ବହିରେ ବାନ୍ଧି ଦିଆଯାଏ ସେମାନେ ବଢ଼ି ପାରିବେ ନାହିଁ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୫ ବର୍ଷର ବୋର୍ଡ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ଦେଇଛନ୍ତି ଗୁରୁମନ୍ତ୍ର ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦିତ କାର୍ଯ୍ୟକଳାପ କଲେ ହିଁ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରିବେ । କେହି ବି ପରୀକ୍ଷାକୁ ସବୁକିଛି ଭାବି ମାନସିକ ଅବସାଦ ଆଡ଼କୁ ଯିବାର ଆବଶ୍ୟକତା ନାହିଁ । ଯେତେ ପାରିବା ସେତେ ଅଧ୍ୟୟନ କରିବା କିନ୍ତୁ, ପରୀକ୍ଷା ସବୁ କିଛି ବୋଲି ଭାବିବା ନାହିଁ । ସମସ୍ତେ ଲେଖିବା ଅଭ୍ୟାସ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସମୟର ଉପଯୋଗ
ଗୋଟିଏ ଦିନ ୨୪ ଘଣ୍ଟା ଆଉ ସମସ୍ତଙ୍କୁ ୨୪ ଘଣ୍ଟା ହିଁ ମିଳେ । ଏହି ସମୟରେ କିଏ ବହୁତ ଭଲ କାମ କରେ ତ ଆଉ କିଏ ସମୟ ବରବାଦ କରେ । ଏହାର ଗୋଟିଏ କାରଣ ସମୟର ଠିକ୍ ଭାବେ ଉପଯୋଗ କରିବା । ପ୍ରଥମେ ଭାବିବା ସମୟର ସଠିକ୍ ଉପଯୋଗ କେମିତି କରିବା । କାଗଜର ନିଜ ସମୟ ସାରଣୀ ଲେଖି, ତାକୁ ଅନୁସରଣ କରନ୍ତୁ । ସମୟ ସାରଣୀକୁ ଅନୁସରଣ କରି କାଲି କଣ କରିବେ ସ୍ଥିର କରିବା ସହ ଗତକାଲି କଣ କଲେ ତାହା ବି ମାର୍କ କରନ୍ତୁ ।
📱 Get Argus News App
✨ପଢ଼ା ସହ ବିଶ୍ରାମ
ପାଠପଢ଼ା ସହ ଟିକିଏ ଆରାମ (ରିଲାକ୍ସ) ଜରୁରି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ପିତାମାତା ବୁଝିବା ଦରକାର ପିଲାମାନେ କୌଣସି ପ୍ରକାର ରୋବଟ୍ ନୁହନ୍ତି, ମଣିଷ ଅଟନ୍ତି । ଆମେ ଆମର ବିକାଶ ଲାଗି ପାଠ ପଢ଼ୁଛେ । ପିଲାଙ୍କୁ ଚାରି କାନ୍ଥ ଓ ବହି ମଧ୍ୟରେ ଆବଦ୍ଧ କଲେ ସେମାନେ କେମିତି ବଢ଼ିବେ । ସେମାନଙ୍କୁ ଖୋଲା ଆକାଶ ଦରକାର, ପସନ୍ଦ ଅନୁସାରେ କାମ କରିବା ଉଚିତ୍ ।
ଲେଖିବା ଅଭ୍ୟାସ କର
ପ୍ରଧାନମନ୍ତ୍ରୀ କହିଛନ୍ତି, କାହାର ଭୁଲ୍ ଠିକ୍ କରିବା ପୂର୍ବରୁ ତାକୁ ତାର ଭଲ ସମ୍ପର୍କରେ କୁହନ୍ତୁ । କାରଣ ଭୁଲ୍କୁ ସିଧା ଧରିଲେ ଲାଗିବ ମୋତେ କାହିଁକି କହୁଛି । କୌଣସି ବି ବୟସ ହେଉ, ସବୁବେଳେ ଲେଖିବାକୁ ଅଭ୍ୟାସରେ ପରିଣତ କରିବା ଦରକାର । ଯେମିତି ଶିକ୍ଷକ ପରୀକ୍ଷା ପୂର୍ବରୁ, ପ୍ରଶ୍ନ ଉତ୍ତର ଲେଖାନ୍ତି । ଶିକ୍ଷକଙ୍କ କାମ ହିଁ ଛୁଆଙ୍କ ଶକ୍ତିକୁ ଚିହ୍ନିବା ।
