Videos
|
National

ଖାଦ୍ୟରେ ପହଁରିଲା ମୂଷା, ଭିଡିଓ ହେଲ ଭାଇରାଲ 

Manini Pattanayak
Browse all articles by Manini Pattanayak
·2 years ago
ଖାଦ୍ୟରେ ପହଁରିଲା ମୂଷା, ଭିଡିଓ ହେଲ ଭାଇରାଲ 

ନୂଆଦିଲ୍ଲୀ: କଲେଜ କ୍ୟାଣ୍ଟିନର ଖାଦ୍ୟରେ ପହଁରିଲା ମୂଷା।.. ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।   ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଜିଅନ୍ତା ମୂଷା ଚଟଣୀରେ  ପହଁରୁଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାଣ୍ଟିନରେ ଏପରି ଅବ୍ୟବସ୍ଥାକୁ ବିରୋଧ ମଧ୍ୟ କରିଛନ୍ତି । ତେଲେଙ୍ଗାନାର ସୁଲତାନପୂରରେ ଜବାହାରଲାଲ୍ ନେହେରୁ ଟେକନୋଲୋଜୀ ବିଶ୍ୱବାଦ୍ୟାଳୟରେ କ୍ୟାଣ୍ଟିନରେ ରଖାଯାଇଥିବା ବାଦାମ୍ ଚଟଣୀରେ ମୂଷା ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ହଷ୍ଟେଲର ହାଇଜିନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ସୋସିଆଲ ମିଡିଆରେ ବି ଏହି ଭିଡିଓକୁ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, କଲେଜରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଖେଳ ଖେଳାଯାଉଛି ।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
students found alive rat in chutney watch hyderabad jnt university hotel mess video goes viral | Argus News