Principal Murder / ବିଳାସପୂର୍ଣ୍ଣ ଜୀବନର ନିଶା: ପ୍ରିନ୍ସିପାଲଙ୍କୁ ହତ୍ୟା କଲେ ଛାତ୍ର ଅଉ ତା' ପରେ...

Key Points
ବିଳାସପୂର୍ଣ୍ଣ ଜୀବନର ନିଶା: ପ୍ରିନ୍ସିପାଲଙ୍କୁ ହତ୍ୟା କଲେ ଛାତ୍ର
ପ୍ରିନ୍ସିପାଲ ହତ୍ୟାର ପର୍ଦ୍ଦାଫାଶ, ଟଙ୍କା ଲୁଟିବାକୁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର
୨.୨୦ ଲକ୍ଷ ଟଙ୍କା ପାଇଁ ଜଘନ୍ୟ କାଣ୍ଡ, ପ୍ରିନ୍ସିପାଲଙ୍କୁ ମାରିଲେ ଦୁଇ ଛାତ୍ର
ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରୀ ଭୁସି ହତ୍ୟା ଘଟଣା... ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚିବାକୁ ଯାଇ ପ୍ରିନ୍ସପାଲଙ୍କୁ ହତ୍ୟା କଲେ ଛାତ୍ର । ହାଇଦ୍ରାବାଦ ନାଲଗୋଣ୍ଡାରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଜଣେ ୪୮ ବର୍ଷୀୟ ସ୍କୁଲ ପ୍ରିନ୍ସିପାଲଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ।
ଟଙ୍କା ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଅପରାଧ ଘଟାଇଥିବା ଦୁଇ ଛାତ୍ରଙ୍କୁ ଗିରଫ କରିଛି । କୋଣ୍ଡାମାଲ୍ଲେପାଲିର ନାଗାର୍ଜୁନ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ୍ ଏବଂ ନିର୍ଦ୍ଦେଶକ କଲ୍ଲୁ ରୂପା ରେଡ୍ଡୀ । ଅଗଷ୍ଟ ୧୨ ତାରିଖ ସକାଳେ ତାଙ୍କ ବାସଭବନରେ ୨୭ଟି ଛୁରୀ ମାଡ଼ କ୍ଷତ ସହିତ ମୃତ ଅବସ୍ଥାରେ ପଡ଼ିଥିଲେ । ହାଇଦ୍ରାବାଦରେ ଥିବା ତାଙ୍କ ସ୍ୱାମୀଙ୍କ ଫୋନ ନଉଠାଇବାରୁ ତାଙ୍କ ସ୍ବାମୀ ପଡ଼ୋଶୀମାନଙ୍କୁ ଜଣାଇଥିଲେ । ପରେ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ, ପୋଲିସ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାରକରିଥିଲା ।
ଏହାପରେ ପୋଲିସ ୫ ଦଳ ଗଠନ କରି ସିସିଟିଭି ଫୁଟେଜ୍, ଫୋରେନସିକ୍ ପ୍ରମାଣ, ଆଙ୍ଗୁଠି ଛାପ, ବୈଷୟିକ ତଥ୍ୟ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରିଥିଲା ଏବଂ ୮୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିଲା । ତଦନ୍ତକାରୀ ଟିମ୍ ସନ୍ଦେହ କରି ଛାତ୍ରମାନଙ୍କୁ ଅଲଗା ଅଲଗା ପଚରାଉଚରା କରିଥିଲେ ଏବଂ ସ୍କୁଲରେ ଅନୁପସ୍ଥିତ ଥିବା ପାଞ୍ଚ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଖୋଜିଥିଲେ ।
ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗତ କିଛି ଦିନ ମଧ୍ୟରେ ବହୁତ ଟଙ୍କା ଖର୍ଚ୍ଚ କରୁଥିଲେ । ଏହାପରେ ଦୁଇ ଛାତ୍ରଙ୍କୁ ଅଟକ ରଖାଯାଇଥିଲା ଏବଂ ପଚରାଉଚରା ସମୟରେ ସେମାନେ ସ୍ୱୀକାର କରିଥିଲେ ଯେ ସେମାନେ ଏକ ଯୋଜନା ଅନୁଯାୟୀ ପ୍ରିନ୍ସିପାଲ ରୂପା ରେଡ୍ଡୀଙ୍କୁ ହତ୍ୟା କରିଥିଲେ ।
ପୋଲିସ କହିଥିଲେ ଯେ ଛାତ୍ରଜଣକ ଘରୁ ୨.୨୦ ଲକ୍ଷ ଟଙ୍କା ନଗଦ ନେଇ ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଛାତ୍ରକୁ ୪୦,୦୦୦ ଟଙ୍କା ଦେଇଥିଲା । ଦୁହେଁ ସେହି ଟଙ୍କାରୁ ଭିନ୍ନ ଭିନ୍ନ ସ୍ଥାନରେ ଖର୍ଚ୍ଚ କରିଥିଲେ । ପୋଲିସ ଜଣେ ଛାତ୍ରଙ୍କ ପାଖରୁ ୧.୬୦ ଲକ୍ଷ ଟଙ୍କା ଜବତ କରିଛି । ଜବତ ହୋଇଥିବା କିଛି ନୋଟରେ ରକ୍ତ ଛିଟା ଲାଗିଥିବା କୁହାଯାଇଛି ।
ସୂଚନାଥାଉ କି ନଲଗୋଣ୍ଡା ପୋଲିସ ଅଧୀକ୍ଷକ ଶରତ ଚନ୍ଦ୍ର ପାଓ୍ବାରଙ୍କ ଅନୁଯାୟୀ, ଟଙ୍କା ପାଇଁ ଛାତ୍ରମାନେ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ତାଙ୍କ ପ୍ରତି ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ଥିଲା । ରୂପା ରେଡ୍ଡୀ ତାଙ୍କ ସ୍ୱାମୀ ରାଜେନ୍ଦ୍ର ରେଡ୍ଡୀଙ୍କ ସହ ରହୁଥିଲେ । ହତ୍ୟାକାଣ୍ଡ ସମୟରେ ବ୍ୟକ୍ତିଗତ କାମ ପାଇଁ ହାଇଦ୍ରାବାଦରେ ଥିଲେ । ଦମ୍ପତିଙ୍କର ହାଇଦ୍ରାବାଦରେ ମଧ୍ୟ ଏକ ଘର ଅଛି । ସେଠାରେ ତାଙ୍କ ପୁଅ ଅଭିନବ ରେଡ୍ଡୀ ଇଞ୍ଜିନିୟରିଂ ପଢ଼ୁଛନ୍ତି । ଏହି ଦମ୍ପତି ତିନିଦିନିଆ ଛୁଟି ପାଇଁ ହାଇଦ୍ରାବାଦ ଯାଇଥିଲେ। ରାଜେନ୍ଦ୍ର ରେଡ୍ଡୀ କାମ ଯୋଗୁଁ ସେଠାରେ ରହିଯାଇଥିବା ବେଳେ ରୂପା ରେଡ୍ଡୀ ଅଗଷ୍ଟ ୧୦ରେ ଏକାକୀ କୋଣ୍ଡାମଲ୍ଲେପଲ୍ଲୀ ଫେରିଥିଲେ। ସେ ସେହିଦିନ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ ଥିଲେ ।
ପରଦିନ ସେ ସ୍କୁଲ ଆସି ନ ଥିଲେ । ରାଜେନ୍ଦ୍ର ରେଡ୍ଡୀ ଫୋନ କରିବା ସମୟରେ ବି କୌଣସି ଯୋଗାଯୋଗ ହୋଇପାରି ନଥିଲା । ରାଜେନ୍ଦ୍ର ଚିନ୍ତିତ ହୋଇ ତାଙ୍କ ଘର ପାଖରେ ରହୁଥିବା ଜଣେ ପୋଲିସ ଅଫିସରଙ୍କୁ ସମ୍ପର୍କ କରି ତାଙ୍କ ବିଷୟରେ ବୁଝିବାକୁ କହିଥିଲେ । ସେହି ଅଫିସର ପଡ଼ୋଶୀମାନଙ୍କୁ ନେଇ ଘରକୁ ଯାଇଥିଲେ ଏବଂ ରୂପା ରେଡ୍ଡୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।
📱 Get Argus News App
✨Related Topics
Explore more stories