|
logo
Live

Argus News - ଏକା ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ଦୃଶ୍ୟମାନ ହେବ

National

ଏକା ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ଦୃଶ୍ୟମାନ ହେବ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏକା ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ଦୃଶ୍ୟମାନ ହେବ

ଅର୍ଗସ ବ୍ୟୁରୋ: ସୌରମଣ୍ଡଳରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବାକୁ ଯାଉଛି। ମହାକାଶ ବିଜ୍ଞାନୀଙ୍କ ଆନୁଧ୍ୟାନ ଅନୁସାରେ ଏକ ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ପୃଥିବୀପୃଷ୍ଠରୁ ଦୃଶ୍ୟମାନ ହେବ। ଜ୍ୟୋତିର୍ବିଜ୍ଞାନୀ ଭାଷାରେ ଏହି ଘଟଣାକୁ ପ୍ଲାନେଟାରୀ ଆଲାଇନମେଣ୍ଟ କୁହାଯାଏ। ସୌର ପ୍ରଣାଳୀରେ ଗ୍ରହମାନଙ୍କ ସ୍ଥିତିକୁ ବର୍ଣ୍ଣନା କରିବା ପାଇଁ ଏହି ଶବ୍ଦ ବ୍ୟବହାର ହୁଏ। ମହାକାଶ ବିଜ୍ଞାନୀଙ୍କ କହିବା ଅନୁସାରେ, ଏହି ଆଲାଏନ ସମୟରେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଏବଂ ନେପଚୁନ୍ ଗୋଟିଏ ଧାଡ଼ିରେ ରହିବା ଭଳି ଦେଖାଯିବ।

କିନ୍ତୁ ପୃଥିବୀପୃଷ୍ଠରୁ ଦୂରତା କାରଣରୁ ସମସ୍ତ ଗ୍ରହକୁ ଖାଲି ଆଖିରେ ଦେଖିବା କଷ୍ଟକର ହୋଇପାରେ। କକ୍ଷପଥରେ ବୁଧ ଏବଂ ବୃହସ୍ପତି ସୂର୍ଯ୍ୟଙ୍କ ନିକଟ ଗ୍ରହ ହୋଇଥିବାରୁ ଏମାନଙ୍କୁ ଆକାଶରେ ଦେଖିବା କଷ୍ଟକର। କେବଳ ମଙ୍ଗଳ ଏବଂ ଶନିଙ୍କୁ ଖାଲି ଆଖିରେ ଦେଖିହେବ। ଯଦି ଟେଲିସ୍କୋପ୍ କିମ୍ବା ଉଚ୍ଚ-କାର୍ଯ୍ୟକ୍ଷମ ବାଇନୋକୁଲାର ବ୍ୟବହାର କରନ୍ତି, ତେବେ ୟୁରାନ୍ସ ଏବଂ ନେପଚୁନକୁ ମଧ୍ୟ ଦେଖିପାରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଏକା ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ଦୃଶ୍ୟମାନ ହେବ | Argus News