Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଷ୍ଟଣ୍ଟ୍ ନିଶାରେ ପାଗଳ : ବସ୍ ଏବଂ ଅଟୋର ଡୋର୍ ଖୋଲିଦେଲେ ଯୁବକ...ଦେଖନ୍ତୁ ଭିଡିଓ

National

Dangerous Stunt Video / ଷ୍ଟଣ୍ଟ୍ ନିଶାରେ ପାଗଳ : ବସ୍ ଏବଂ ଅଟୋର ଡୋର୍ ଖୋଲିଦେଲେ ଯୁବକ...ଦେଖନ୍ତୁ ଭିଡିଓ

Ritu Das
Browse all articles by Ritu Das
·2 months ago·2 min read
ଷ୍ଟଣ୍ଟ୍ ନିଶାରେ ପାଗଳ : ବସ୍ ଏବଂ ଅଟୋର ଡୋର୍ ଖୋଲିଦେଲେ ଯୁବକ...ଦେଖନ୍ତୁ ଭିଡିଓ
India

Key Points

ରାସ୍ତାରେ ଜଣେ ୨୨ ବର୍ଷୀୟ ଯୁବକ ଅତି ବିପଜ୍ଜନକ ଭାବେ ଗାଡି ଚାଳନା ସହ ଷ୍ଟଣ୍ଟ୍ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। 
ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆଜିର ଯୁବପିଢ଼ି କିଛି ବି କରିବାକୁ ପଛାଉ ନାହାନ୍ତି। ନିଜ ଜୀବନକୁ ବିପଦରେ ପକାଉଛନ୍ତି। ଦିଲ୍ଲୀରେ କାଲି ଏକ ଭୟଙ୍କର ଦୁର୍ଘଟଣାରେ ଜଣେ ୨୩ବର୍ଷୀୟ ପୁଅର ଜୀବନ ଚାଲିଯାଇଛି। ଆଉ ତାହା କେବଳ ଥିଲା ରିଲ ଷ୍ଟଣ୍ଟ। ଜଣେ ନାବାଳକ ବିନା ଲାଇସେନ୍ସରେ ଏକ ସ୍କର୍ପିଓ ଚଲାଉଥିଲା ଆଉ ପରବର୍ତ୍ତି ମୁହୁର୍ତ୍ତରେ ସମ୍ପୃକ୍ତ ନାବାଳକଙ୍କୁ ଜାମିନ ମଧ୍ୟ ମିଳିଯାଇଛି। କାରଣ ସେ ହେଉଛି ଜଣେ ଧନୀ ବାପାର ପୁଅ। ଏହି ଘଟଣା ମନରୁ ଯାଇ ନଥିବାବେଳେ ପୁଣି ଦିଲ୍ଲୀରୁ ଆସିଛି ଆଉ ଏକ ସେହିଭଳି ଘଟଣା।



ନିଜ ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟ୍ । ଖୋଲିଦେଲେ ବସର ଡୋର୍ । ଭୟରେ ବସ ଯାତ୍ରୀ । ଡରିଗଲେ ଅନ୍ୟ ପଥଚାରୀ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରେ । ରାସ୍ତାରେ ଜଣେ ୨୨ ବର୍ଷୀୟ ଯୁବକ ଅତି ବିପଜ୍ଜନକ ଭାବେ ଗାଡି ଚାଳନା ସହ ଷ୍ଟଣ୍ଟ୍ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। 

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ତୁଷାର ପୁନିୟା । ସେ ଖଜଖାସରେ ରୁହନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ତୁଷାର ରାସ୍ତାରେ ଅତି ବେପାରୁଆ ଢଙ୍ଗରେ ବାଇକ ଚଳାଉଛନ୍ତି । ତାଙ୍କ ବାଇକର ନମ୍ବର ପ୍ଲେଟ୍ ନାହିଁ ।
ପୋଲିସର କହିବାନୁସାରେ, ଫେବ୍ରୁଆରୀ ୧୬ ତାରିଖରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଜଣେ ଯୁବକ ବାଇକ୍ ଚାଳନା କରୁଥିଲେ । ସେ ନିଜେ ବେପାରୁଆ ଢଙ୍ଗରେ ବାଇକ୍ ଚଳାଇବା ସହ ଏକ ବସର କବାଟ ବା ଡୋରକୁ ଖୋଲି ଦେଇଥିଲେ । ଯାହା ଶହଶହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା ।

ଭିଡିଓ ସାମ୍ନାକୁ ଆସିବା ପରେ ନ୍ୟୁ ଉସମାନପୁର ଥାନା ପୋଲିସ ଆକ୍ଟିଭ୍ ହୋଇ ମାମଲା ରୁଜୁ କରିଥିଲା । ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିଲା । ତଦନ୍ତରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଠାବ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତାଙ୍କର ଠିକଣା ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଚଢଉ କରି ତୁଷାରଙ୍କୁ ଗିରଫ କରିବା ସହ ବାଇକକୁ ଜବତ କରିଛି ।
ପୋଲିସ ଆହୁରି ମଧ୍ୟ କହିଛି ୟେ, ତୁଷାର ନିୟମିତ ଭାବେ ଷ୍ଟଣ୍ଟ୍ କରେ । ତେଣୁ ସେ ବାଇକର ନମ୍ବର ପ୍ଲେଟକୁ ବାହାର କରିଦେଇଛି । ଯାହାଦ୍ୱାରା ତାକୁ କେହି ସହଜରେ ଧରିପାରିବେ ନାହିଁ । ତଦନ୍ତ ଜାରି ରହିଛି । ଭାଇରାଲ ଭିଡିଓରେ ସେ ଗୋଟିଏ ନୁହେଁ ବରଂ ଏକାଧିକ ଗାଡିର ଡୋର୍ ଖୋଲିଦେଇଛି । ପୂର୍ବରୁ ମଧ୍ୟ ସେ ଏପରି କାରନାମା କରିଥିବା ପୋଲିସ ପ୍ରକାଶ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stunt-Crazy Youth Opens Bus and Auto Doors Midway, Shocking Video Goes Viral | Argus News