Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝାଡ଼ଖଣ୍ଡରେ ବି ସୁଭଦ୍ରା ଯୋଜନା

National

ଝାଡ଼ଖଣ୍ଡରେ ବି ସୁଭଦ୍ରା ଯୋଜନା

Ritu Das
Browse all articles by Ritu Das
·1 year ago·2 min read
ଝାଡ଼ଖଣ୍ଡରେ ବି ସୁଭଦ୍ରା ଯୋଜନା

ଅର୍ଗସ ବ୍ୟୁରୋ: ଓଡ଼ିଶାର ସୁଭଦ୍ରା ଯୋଜନା ପରି ଝାଡଖଣ୍ଡରେ ସମାନ ଫର୍ମୁଲା ଆପ୍ଲାଏ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ବିଭିନ୍ନ ଆର୍କଷଣୀୟ ଯୋଜନା କରି ଭୋଟବ୍ୟାଙ୍କକୁ ବଢାଇବାକୁ ଚାହୁଁଛି। ନିର୍ବାଚନବେଳେ ଯେମିତି ବିଜେପି ଓଡ଼ିଶାରେ ସୁଭଦ୍ରା ଯୋଜନାର ଘୋଷଣା କରି ମହିଳାଙ୍କ ଭୋଟକୁ ଟାଣିବାକୁ ଚେଷ୍ଟା କରୁଛି।

ଝାଡଖଣ୍ଡରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି। ରାଜ୍ୟର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ସେହିପରି ମାତ୍ର ୫୦୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର ପାଇପାରିବେ ମହିଳା। ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ରେ ମହିଳାଙ୍କ ପାଇଁ ‘ଗୋଗୋ ଦିଦି ଯୋଜନା’ ଘୋଷଣା କରିଛି। ଏହା ଅନୁଯାୟୀ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା ସହ ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ଦିଆଯିବ। ଯୁବକମାନଙ୍କ ପାଇଁ ୫ ଲକ୍ଷ ସ୍ବୟଂ ନିଯୁକ୍ତି ଏବଂ ୨.୮୭ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ।

ନିର୍ବାଚନ ପରେ ବିଜେପିର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି। ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ। ଝାଡଖଣ୍ଡ ବିଜେପିର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବାବୁଲାଲ ମାରାଣ୍ଡି ଗତ ଶନିବାର ଦିନ ରାଞ୍ଚିରେ ‘ପଞ୍ଚ ପ୍ରଣ’ ମେନିଫେଷ୍ଟୋ ଜାରି କରିଥିଲେ। ଦଳ ଘୋଷଣା କରିଛି ଯେ ବିଜେପି ରାଜ୍ୟରେ ଲକ୍ଷ୍ମୀ ଜୋହାର ଆରମ୍ଭ କରିବ, ଯାହା ଅଧୀନରେ ସମସ୍ତଙ୍କୁ ୫୦୦ ଟଙ୍କା ଏବଂ ଗୋଟିଏ ବର୍ଷରେ ଦୁଇଟି ମାଗଣା ସିଲିଣ୍ଡର ଯୋଗାଇ ଦେବେ କେନ୍ଦ୍ର ସରକାର।
ରାଜ୍ୟରେ ବିଜେପି ନିଯୁକ୍ତି ଆରମ୍ଭ କରିବ, ଯାହା ଅଧୀନରେ ଏହା ୫ ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୫ ଲକ୍ଷ ସ୍ବୟଂ ନିଯୁକ୍ତ ଏବଂ ୨.୮୭ ଲକ୍ଷ ଖାଲି ସରକାରୀ ପଦବୀ ପୂରଣ ହେବ। ୨ ବର୍ଷ ପାଇଁ ପ୍ରତ୍ୟେକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୦୦ ଟଙ୍କା ଭତ୍ତା ମିଳିବ। ଏହା ସେମାନଙ୍କୁ ଶିକ୍ଷା ଏବଂ ବୃତ୍ତି ଖର୍ଚ୍ଚ ପରି ପୁସ୍ତକ ଏବଂ କୋଚିଂ ଫି ପୂରଣ କରିବାରେ ସାହାଯ୍ୟ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଘର ନିର୍ମାଣ ପାଇଁ ମାଗଣା ବାଲି ଯୋଗାଇବେ ସରକାର। ଯେଉଁଥିରେ ଗୃହ ନିର୍ମାଣ ପାଇଁ ମାଗଣା ବାଲି ଯୋଗାଇବ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଗୃହ ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରି ୨୧ ଲକ୍ଷ ଘର ର୍ନିମାଣକୁ ସୁନିଶ୍ଚିତ କରିବ। ଘର ତିଆରି ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହା ସହିତ, ୨୦୨୭ ସୁଦ୍ଧା ୫୯ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ମାଧ୍ୟମରେ ଟ୍ୟାପ ପାଣି କନେକ୍ସନ ଯୋଗାଇ ଦିଆଯିବ।
ସେପଟେ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟ ‘ମୈୟା ସମ୍ମାନ ଯୋଜନା’ର ରାଶି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କ୍ଷମତାରେ ପୁଣିଥରେ ଆସିଲେ ସରକାର ଏହି ଯୋଜନାର ରାଶି ୧୦୦୦ ଟଙ୍କାକୁ ବଢ଼ାଇ ୨୫୦୦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Subhadra | Argus News