Ajit Pawar / ସୁବାଷ ବୋଷଙ୍କ ଭଳି ପୁଣିଥରେ ବିମାନ ଦୁର୍ଘଟଣା, ଦେଖନ୍ତୁ ପୁରା ଭିଡ଼ିଓ...

Key Points
ସୁବାଷ ବୋଷଙ୍କ ଭଳି ପୁଣିଥରେ ବିମାନ ଦୁର୍ଘଟଣା
ଯେମିତି ସୁବାଷ ବୋଷ ବିମାନରେ ଜଳିଥିଲେ ଠିକ୍ ସେମିତି
ବିମାନ ଦୁର୍ଘଟଣାରେ ଜଳିଗଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର
ବିମାନ ଦୁର୍ଘଟଣାରେ ଜଳିଗଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ଅଜିତ ପୁରା ଜଳି ପାଉଁଶ ହୋଇ ଯାଇଛନ୍ତି। ତାଙ୍କର ଅସ୍ତିତ୍ଵ ପାଉଁଶରେ ପରିଣତ ହୋଇଯାଇଛି । ଦିନେ ହଠାତ ମଝି ଆକାଶରେ ଏମିତି ହିଁ ସୁବାଷଙ୍କ ବିମାନ ଖରାପ ହୋଇ ଯାଇଥିଲା । ଆକାଶରୁ ଆସି ମାଟିରେ ପିଟି ହୋଇଥିଲା । ବିମାନ ଦୁର୍ଘଟଣାରେ ଭାରତର ମହାବଳ ବାଘ ବୋଲାଉଥିବା ସୁବାଷ ବୋଷଙ୍କର ମୃତ୍ୟୁ ହୋଇଗଲା । ଆଉ ଆଜି ଠିକ୍ ସେମିତି ହିଁ ଆଉ ଜଣେ ଭାରତୀୟ ନେତାଙ୍କର ମୃତ୍ୟୁ ହୋଇଛି । ସୁବାଷଙ୍କ ଭଳି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବି ବିମାନ ଦୁର୍ଘଟଣା ମୃତ୍ୟୁବରଣ କରିଛନ୍ତି । ବିମାନରେ ଦୁର୍ଘଟଣାରେ ସୁବାଷଙ୍କ ଭଳି ପୁରା ପାଉଁଶରେ ପରିଣତ ହୋଇ ଯାଇଛନ୍ତି ଅଜିତ ।
ବିମାନ ଦୁର୍ଘଟଣା କେମିତି ହେଲା ଜାଣନ୍ତୁ। ଏହି ଭିଡିଓକୁ ଦେଖିଲେ ଦେହମୁଣ୍ଡ ଥରି ଉଠିବ । ଲୋମ ଟାଙ୍କୁରି ହୋଇଯିବ। ମଝି ଆକାଶରୁ ବିମାନଟି ଖସି ମାଟିରେ ପିଟି ହୋଇ ଯାଇଛି । ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇ ଯାଇଛି । ସୂଚନା ମୁତାବକ ଅଜିତ ପାୱାର ବୁଧବାର ସକାଳେ ବିମାନରେ ମୁମ୍ବାଇରୁ ବାରାମତି ବାହାରିଥିଲେ । ସେଠାରେ ସେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର ରାଲି କରିବାର ଥିଲା ।
ବିମାନ ଭିତରେ ବସି କେଉଁଠାରୁ ରାଲି ବାହାରିବ ସେ ନେଇ ସାଥି ମାନଙ୍କ ସହ ଆଲୋଚନ କରୁଥିଲେ। କୁହୁଡି ଆକାଶରେ ଭର୍ତ୍ତି ହୋଇଥିଲା। ପାଇଲଟଙ୍କୁ ରାସ୍ତା ବିଲକୁଲ ବି ଦେଖା ଯାଉ ନଥିଲା। ଏହାରି ଭିତରେ ପାଇଲଟ ଜଣକ ବାରାମତି ବିମାନ ବନ୍ଦରରେ ବିମାନକୁ ଅବତରଣ କରିବାକୁ ବାହାରିଥିଲେ। କିନ୍ତୁ ଏହି ଅବତରଣ ଅଜିତ ପାଓ୍ବାରଙ୍କ ଜୀବନରେ ଶେଷ ଅବତରଣ ହୋଇ ରହିଗଲା । ବିମାନଟିର ଅବତରଣ ବିମାନ ବନ୍ଦର ବାହାରେ ହୋଇଥିଲା। ଏତେ ଜୋରରେ ହୋଇଥିଲା କି ସଙ୍ଗେ ସଙ୍ଗେ ଜଳି ଉଠିଥିଲା । ଆଉ ଦେଖୁ ଦେଖୁ ଆଖି ଆଗରେ ଜଳି ଗଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର। ଠିକ୍ ଯେମିତି ସୁବାଷ ବୋଷ ଜଳି ଯାଇଥିଲେ।
ବିମାନରେ ମୋଟ ୬ ଜଣ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଏତେ ଭୟାନକ ଥିଲାକି ପୁରା ବିମାନ ଜଳି ପାଉଁଶ ହୋଇ ଯାଇଛି। ଦୁର୍ଘଟଣା ହେବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସୂଚନା ପରେ ଦମକଳ ବାହିନୀ ପହଞ୍ଚିଲା ବେଳକୁ ଆଉ କିଛି ନଥିଲା। ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଆମ୍ବୁଲାନ୍ସ କେବଳ ପାଉଁଶ ଅଧାଜଳା ମୃତ ଦେହକୁ ନେଇ ଫେରିଥିଲା। ତେବ ଏହି ଦୁର୍ଘଟଣା ପଛର ମୂଳ କାରଣ କଣ ତାହ ତଦନ୍ତ ପରେ ଜଣାପଡ଼ିବ।
📱 Get Argus News App
✨Related Topics
Explore more stories