Videos
|
National

Inspirational Story / ସଂଘର୍ଷରୁ ମିଳିଛି ସଫଳତା: ଦିନେ ଗାଈ ଚରାଉଥିଲା ଆଜି କିନ୍ତୁ କୋଟିପତି

Ritu Das
Browse all articles by Ritu Das
·2 years ago·2 min read
ସଂଘର୍ଷରୁ ମିଳିଛି ସଫଳତା: ଦିନେ ଗାଈ ଚରାଉଥିଲା ଆଜି କିନ୍ତୁ କୋଟିପତି
Cattle Herder to Millionaire

Key Points

ସଂଘର୍ଷ ତାଙ୍କୁ ବଞ୍ଚିବା ଶିଖେଇଛି। ଜୀବନରେ ସେ ଅନେକ ଉଠାଣି ଗଡ଼ାଣି ଦେଖିଛନ୍ତି। ହାରିଛନ୍ତି ତଥାପି ପଛକୁ ନ ଫେରି ଆଗକୁ ମାଡ଼ି ଚାଲିଛନ୍ତି। ଅପେକ୍ଷା ଯେ ମଣିଷକୁ ସଫଳତା ଆଣିଦିଏ ଏକଥା ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟର ରମେଶ ରୂପରେଲିଆ ନାମକ ଜଣେ ବ୍ୟକ୍ତି।

ଅର୍ଗସ ବ୍ୟୁରୋ: ସଂଘର୍ଷ ତାଙ୍କୁ ବଞ୍ଚିବା ଶିଖେଇଛି। ଜୀବନରେ ସେ ଅନେକ ଉଠାଣି ଗଡ଼ାଣି ଦେଖିଛନ୍ତି। ହାରିଛନ୍ତି ତଥାପି ପଛକୁ ନ ଫେରି ଆଗକୁ ମାଡ଼ି ଚାଲିଛନ୍ତି। ଅପେକ୍ଷା ଯେ ମଣିଷକୁ ସଫଳତା ଆଣିଦିଏ ଏକଥା ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟର ରମେଶ ରୂପରେଲିଆ ନାମକ ଜଣେ ବ୍ୟକ୍ତି।

ଆରମ୍ଭରୁ ରମେଶଙ୍କ କାହାଣୀ ଥିଲା ରୋଚକ। ଦିନେ ଗାଈ ଚରାଉଥିଲେ ସେଥିରେ ସେ କିଛି ସଫଳ ହୋଇ ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପିଆଜ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଜଣେ ସଫଳ ଚାଷୀର ପରିଚୟ ପାଇଥିଲେ ରମେଶ।

ଦିନେ ଅଭାବକୁ ପାଖରେ ଦେଖିଥିବା ମଣିଷଟେ ଆଜି କିନ୍ତୁ ପିଆଜ ଚାଷ କରି ପାଲଟିଛନ୍ତି କୋଟିପତି। କିନ୍ତୁ ସଫଳତା ଭିତରେ ଅଧିକ କିଛି ପାଇବାର ଇଚ୍ଛା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା।

ପିଆଜ ଚାଷରେ ସଫଳ ହେବାପରେ ଏବେ ସେ ଗୋଫାର୍ମ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ମଣିଷ ଚେଷ୍ଟା କଲେ ସେଦିନେ ସଫଳ ହୋଇପାରିବ ବୋଲି ଏଥିରେ ଦ୍ବିମତ ନାହିଁ ବୋଲି ସମାଜକୁ ଏହି ବାର୍ତ୍ତା ବାଣ୍ଟୁଛନ୍ତି ରମେଶ।

ରମେଶ ମାତ୍ର ସପ୍ତମ ଶ୍ରେଶୀ ଯାଏ ପାଠ ପଢ଼ିଛନ୍ତି। ନିହାତି ଗରିବ ପରିବାରରେ ରମେଶ ଜନ୍ମଗ୍ରହଣ କରିଥିଲେ। ରମେଶ ଛୋଟବେଳୁ ବିଭିନ୍ନ ଆର୍ଥିକ ଅନାଟନ ଦେଇ ଗତି କରିଥିଲେ। ପରେ ପିତାଙ୍କ ପରାମର୍ଶକ୍ରମେ ଏକ ଗୋଶାଳା କରି ଗାଈମାନଙ୍କୁ ରଖିଥିଲେ।

ଏହି ଗୋଶାଳା ହିଁ ଥିଲା ତାଙ୍କ ରୋଜଗାରର ମାଧ୍ୟମ। କିନ୍ତୁ ପ୍ରଥମେ ସେ ଭାବିଲେ ଯେ, କ୍ଷୀରରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିବେ। କିନ୍ତୁ ଏହି ଉତ୍ପାଦକୁ ସେ ବଜାରରେ ବିକ୍ରି କଲେ। ସାମଗ୍ରୀରେ କୌଣସି ଭେଜାଲ ନ ଥିବାରୁ ଲୋକଙ୍କୁ ଏହାର ଶୁଦ୍ଧତା ଭଲ ଲାଗିଲା।

ଆଜି ୧୨୩ ଦେଶରେ ରମେଶ ଭାଇଙ୍କ ଲୋକପ୍ରିୟତା ରହିଛି। ଆଜି ରମେଶ ଭାଇଙ୍କୁ ଗୋପାଳନ ସହ ଗାଈ କ୍ଷୀର, ପରିବା ଚାଷ, ମସଲା ଉତ୍ପାଦ ମଧ୍ୟ ପ୍ରସ୍ତୁତ କରି ଦେଶବିଦେଶକୁ ରପ୍ତାନୀ କରୁଛନ୍ତି। ୮୦ ଟଙ୍କାରୁ ହିଁ ସେ ବ୍ୟବସାୟ କରିଥିଲେ।

ଆଜି କିନ୍ତୁ ସେ ଜଣେ ନାମୀଦାମୀ କୋଟିପତି। ଶ୍ରୀ ଗିରଗୌ  କୃଷି ଯତନ ସଂସ୍ଥା ହେଉଛି ଗୁଜରାଟର ଏକ ପରିଚିତ ଡାଏରୀ ଫାର୍ମ। ଏହି ଫାର୍ମ ୨୦୦୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ଫାର୍ମରେ ମୁଖ୍ୟତଃ ଡାଏରୀ ଉତ୍ପାଦ ବିକ୍ରି କରାଯାଏ।

ଏହି ଫାର୍ମରେ ପ୍ରସ୍ତୁତ ହୋଇଥିବା ଉତ୍ପାଦ ଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ଦେଶୀ। ଗିର ପ୍ରଜାତିର ଗାଈ କ୍ଷୀରରୁ ଏହିସବୁ ଦେଶୀ ସାମଗ୍ରୀ ପସ୍ତୁତ କରାଯାଏ। ତେବେ ମାର୍କେଟରେ ଏହିସବୁ ସାମଗ୍ରୀର ଚାହିଦା ଅଧିକ।

ଏହି ଘିଅର ଦାମ କେଜି ପ୍ରତି ଆଜିକା ସମୟରେ ୨୫୦ ଟଙ୍କାରୁ ଆରମ୍ଭ ହୋଇ ୨.୫ ଲକ୍ଷ ପର୍ଯ୍ୟନ୍ତ ରହିଛି। ଗିର ଗାଈର ଘିଅ ୧୨୩ ଦେଶରେ ଆଜି ପରିଚିତ। ତେବେ ରମେଶଙ୍କ ବାର୍ଷିକ ଆୟ ହେଉଛି ୮ କୋଟି। 

ଆଜିର ଆଧୁନିକ ଦୁନିଆଁରେ ମଣିଷ ଥରେ କି ଦୁଇଥର କର୍ମମୟ ଜୀବନରେ ହାରିଗଲେ ସେ ଭାଙ୍ଗିପଡ଼ୁଛି। କିନ୍ତୁ ରମେଶ ବାରମ୍ବାର ଆଘାତ ପାଇ ମଧ୍ୟ ପଛକୁ ନ ଫେରି କର୍ମମୟ ଜୀବନରେ ଆଗକୁ ଚାଲିବା ସହ ଜଣେ ସଫଳ କୋଟିପତି ହୋଇପାରିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର