Videos
|
National

ସୁରଜ୍ କୁଣ୍ଡ ମେଳାରେ ପ୍ରଦର୍ଶିତ ହେବ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

Banajyotshna Ray
Browse all articles by Banajyotshna Ray
·1 year ago
ସୁରଜ୍ କୁଣ୍ଡ ମେଳାରେ ପ୍ରଦର୍ଶିତ ହେବ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଆଜିଠୁ ହରିୟାଣାର ବିଶ୍ବ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା। ମେଳାରେ ଚଳିତ ବର୍ଷର ଥିମ୍  ଷ୍ଟେଟ ଭାବେ ଓଡ଼ିଶା ଓ ମଧ୍ୟପ୍ରଦେଶ ସ୍ଥାନ ପାଇଛନ୍ତି । 1200 ଷ୍ଟଲ ଭିତରୁ 40ଟି ଷ୍ଟଲରେ ପ୍ରଦର୍ଶିତ ହେବ ଓଡ଼ିଶାର କଳା, ଖାଦ୍ୟ, ସଂସ୍କୃତି, ନୃତ୍ୟ, ଗୀତ, ଐତିହ, ହସ୍ତଶିଳ୍ପ, ହସ୍ତକଳା ଏବଂ ପରମ୍ପରାର ଝଲକ। ଥିମ ପାଭିଲିୟନରେ ମାଣବସା ଗୁରୁବାର, ଦୋଳ ମଣ୍ଡପ, ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶିତ ହେବ। 


ବିଭିନ୍ନ ସ୍ଥାନରେ ଓଡ଼ିଶାର ଚିତ୍ର, ଐତିହ ଗେଟ, କନ୍ଦର୍ପ ହାତୀ, ପିପିଲି ଗେଟ, ଗାଉଁଲି ଟେରାକୋଟା, କୋଣାର୍କ ଚକ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । 19 ଫେବୃୟାରୀରେ ମେଳାରେ ଓଡ଼ିଶା ଦିବସ ପାଳନ ହେବ। ନୃତ୍ୟଗୁରୁ ଅରୁଣା ମହାନ୍ତି ଏବଂ ଇଲିଆନା ସିତରିସ୍ତି ନୃତ୍ୟ ପରିବେଷଣ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: