ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ

Key Points
ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମାଙ୍କନ
ପ୍ରାର୍ଥୀପତ୍ର ଦାଖଲ କଲେ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ
ନାମାଙ୍କନ ବେଳେ ଇଣ୍ଡି ମେଣ୍ଟର ବହୁ ବରିଷ୍ଠ ନେତା ଉପସ୍ଥିତ
ସେପ୍ଟେମ୍ବର ୯ରେ ହେବ ଉପ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟିଂ
ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପଦ ପ୍ରାର୍ଥୀ ନାମାଙ୍କନ ଦାଖଲ । ପ୍ରାର୍ଥୀପତ୍ର ଦାଖଲ କଲେ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ। ନାମଙ୍କନ ଦାଖଲ ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଉପସ୍ଥିତ ଥିଲେ। ସେହିପରି ଶରଦ ପାୱାର, ରାମ ଗୋପାଳ ଯାଦବ ଏବଂ ସଞ୍ଜୟ ରାଉତଙ୍କ ସମେତ କଂଗ୍ରେସ ଓ ଇଣ୍ଡି ମେଣ୍ଟର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଗତକାଲି NDA ପକ୍ଷରୁ ନାମାଙ୍କନ ଭରିଥିଲେ ସିପି ରାଧାକ୍ରିଷ୍ଣନ। NDA ସଂସଦୀୟ ବୋର୍ଡ ବୈଠକରେ ଜେପି ନଡ୍ଡା ଘୋଷଣା କରିଛନ୍ତି । ଏବେ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସିପି ରାଧାକ୍ରିଷ୍ଣନ । ତାମିଲନାଡୁ ବାସିନ୍ଦା ହେଉଛନ୍ତି ସିପି ରାଧାକ୍ରିଷ୍ଣନ । ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଓ କୋଇମ୍ବଟୋରରୁ ଦୁଇ ଥର ଏମପି ରହିଛନ୍ତି ।
ରାମକ୍ରିଷ୍ଣନ VS ସୁଦର୍ଶନ । ଜନସେବାରେ ୪ ଦଶକର ଅଭିଜ୍ଞତା ଥିବା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ NDA ପ୍ରାର୍ଥୀ ହୋଇଥିବାବେଳେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିମେଣ୍ଟ । ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ବି.ସୁଦର୍ଶନ ରେଡ୍ଡୀ ପୂର୍ବରୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇଛନ୍ତି ।
ଆସନ୍ତା ସେପ୍ଟେମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ଲାଗି ହେବ ଭୋଟିଂ। ସମ୍ବିଧାନର ଧାରା ୬୬ ଅନୁସାରେ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ ଓ ରାଜ୍ୟସଭାର ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜରେ ମୋଟ ସଦସ୍ୟ ସଂଖ୍ୟା ୭୮୮ ରହିଥିବାବେଳେ ଏବେ ୬ ଜଣ ସାଂସଦଙ୍କ ପଦ ଖାଲି ରହିଛି ।