Videos
|
National

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ

Key Points

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ

ଆଇସିଏମଆର ଓ ଏମସ୍ ପକ୍ଷରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ ପରେ ଏଭଳି ତଥ୍ୟ ସାମ୍ନାକୁ

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ । ଆଇସିଏମଆର ଓ ଏମସ୍ ପକ୍ଷରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । କୋଭିଡ୍ ପରେ ବୟସ୍କଙ୍କ ଠାରେ ଆକସ୍ମିକ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ଉଦବେଗ ପ୍ରକାଶ ପାଇଥିଲା । କିନ୍ତୁ ଆଇସିଏମଆର ଓ ଏମସ ପକ୍ଷରୁ ମିଳିତ ତଥ୍ୟ ଅନୁଧ୍ୟାନ ପରେ କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର କିଛି ବିରଳ କ୍ଷେତ୍ରରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା ।


ବିଭିନ୍ନ କାରଣ ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ହୋଇଥାଏ । କୋଭିଡ୍ ଟିକା ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ବଢିଥିବା ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sudden-death-has-nothing-to-do-with-covid-vaccine | Argus News