Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି

National

ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି

Smruti Parija
Browse all articles by Smruti Parija
·1 year ago·2 min read
ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି

ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର । କାରଣ ଗୁରୁତ୍ଵପୂର୍ଣ୍ଣ ଗର୍ଭାଶୟ କର୍କଟ ବା ସର୍ଭାଇକାଲ୍ କ୍ୟାନସର ଉପରେ ସୁଧା ମୁର୍ତ୍ତି ଗୁରୁତ୍ୱାରୋପ କରିଛନ୍ତି । ଏହାସହ ରୋକଠୋକ କହିଛନ୍ତି, ଗୃହରେ କେମିତି ଅଭିଭାଷଣ ରଖାଯାଏ ମତେ ଜଣାନାହିଁ । ହେଲେ ମୋ ପରି ସାଧାରଣ ମହିଳାଙ୍କୁ ରାଜ୍ୟସଭା ପରି ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ପ୍ରଧାନମନ୍ତ୍ରୀ ମନୋନୀତି କରିଥିବାରୁ ତାଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି ।

ତେବେ ରାଜ୍ୟସଭାରେ ମହିଳାଙ୍କ କଥା ଉଠାଇ ସୁଦ୍ଧା କହିଛନ୍ତି, ପୁରାଣରେ ଲେଖା ଅଛି "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା" ଅର୍ଥାତ ନାରୀମାନଙ୍କୁ ଯେଉଁଠି ପୂଜା କରାଯାଏ ବା ସ୍ତ୍ରୀ ମାନଙ୍କୁ ସମ୍ମାନ ଦିଆଯାଇଥାଏ ସେଠାରେ ଦେବତାମାନେ ବାସ କରନ୍ତି । ମହିଳାମାନେ ନିଜକୁ ଭୁଲି ଯାଉଛନ୍ତି । ଘରେ ପ୍ରତ୍ୟେକଟି ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରୁ କରୁ ସେ ନିଜକୁ ଅବହେଳା କରୁଛନ୍ତି । ହେଲେ ସେମାନଙ୍କ ପାଇଁ କିଛି କରିବାର ସମୟ ଆସିଛି, କରିବାକୁ ହିଁ ପଡ଼ିବ ।

ଏହାସହ ସୁଧା କହିଛନ୍ତି, ବର୍ତ୍ତମାନ ସମୟରେ ମହିଳାଙ୍କଠାରେ ଗର୍ଭାଶୟ କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଅଳ୍ପ ବୟସର ଝିଅମାନେ ଗର୍ଭାଶୟ କର୍କଟ ଟିକା ପାଇବା ଉଚିତ୍ । 9-14 ବର୍ଷ ବୟସର ବାଳିକାମାନଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ । ଆମର ସାମାଜିକ ବ୍ୟବସ୍ଥା ଏପରି ଯେ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେ କ୍ଷେତ୍ରରେ ମହିଳାମାନେ ଏହି ରୋଗ ବିଷୟରେ ଜାଣିବେ କେମିତି ? ଆଉ ଯେତେବେଳେ ଏ ବିଷୟରେ ଜଣାପଡେ ସେତେବେଳେ କ୍ୟାନସରର ତୃତୀୟ କିମ୍ବା ଚତୁର୍ଥ ଷ୍ଟେଜ୍ ହୋଇଯାଇଥାଏ । ଆଉ ତାଙ୍କୁ ବଞ୍ଚାଇବା ମୁସ୍କିଲ୍ ହୋଇପଡେ । ସେଥିପାଇଁ ଏବେଠୁ ହିଁ ଟୀକାକରଣ ବ୍ୟବସ୍ଥା କରାଗଲେ ଆମେ ଏଥିରେ ରୋକ୍ ଲଗାଇପାରିବା । ଏହି କଥାରେ ରାଜ୍ୟସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତାଳି ମାରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସୁଧାଙ୍କ ଏହି ଅଭିଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଲୋକମାନେ ତାଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସବୁବେଳେ ନିଜ simplicityରେ ଖୁବ ବଡ କଥା କହିଥାନ୍ତି ସୁଧା ମୂର୍ତ୍ତି । ଯେଉଁଥିବା ପାଇଁ ତାଙ୍କ ଭାଷଣ ଶୁଣିବାକୁ ସବୁ ବର୍ଗର ଲୋକେ ରୁଚି ରଖନ୍ତି । ଦୈନନ୍ଦୀନ ଜୀବନରେ ଘଟୁଥିବା କିଛି ଘଟଣାକୁ ସେ ଏମିତି ଭାବରେ ଉପସ୍ଥାପନ କରନ୍ତି ଯେ କେହି ବି ଚିନ୍ତା କରିବାକୁ ବାଧ୍ୟ ହେବ ।

Sponsored
sudha-murthy-advocates-for-cervical-cancer-in-rajya-sabha-speech | Argus News