Videos
|
National

ପିଲାଙ୍କ ଖାଦ୍ୟ ସଚେତନ ପାଇଁ ସବୁ CBSE ସ୍କୁଲରେ ରହିବ ସୁଗାର ବୋର୍ଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପିଲାଙ୍କ ଖାଦ୍ୟ ସଚେତନ ପାଇଁ ସବୁ CBSE ସ୍କୁଲରେ ରହିବ ସୁଗାର ବୋର୍ଡ

Key Points

ସବୁ CBSE ସ୍କୁଲରେ ରହିବ ସୁଗାର ବୋର୍ଡ
ଖାଦ୍ୟ ପ୍ରତି ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ବଡ଼ ପଦକ୍ଷେପ
କେତେ ମିଠା, ଚିନି, ତେଲ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ କରାଯିବ ସଚେତନ

ସବୁ CBSE ସ୍କୁଲରେ ଲଗାଯିବ ସୁଗାର ବୋର୍ଡ । କେତେ ପରିମାଣର ମିଠା, ଚିନି, ତେଲ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ କରାଯିବ ସଚେତନ । ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏବେ ଦେଶରେ ମେଦବହୁଳତା ଏକ ବଡ଼ ସମସ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶରେ ବଢୁଥିବା ଓବେସିଟି ନେଇ ବାରମ୍ବାର ଚିନ୍ତା ପ୍ରକଟ କରୁଛନ୍ତି।


ଶରୀରରେ ବଢୁଥିବା ମେଦବହୁଳତା ଉପରେ ସମସ୍ତେ ଧ୍ୟାନ ଦେବା ଜରୁରୀ। ଏ ଦିଗରେ ପିଲାଙ୍କୁ ସ୍କୁଲ ସମୟରୁ ସଚେତନ କରାଯିବାକୁ ଶିକ୍ଷା ବିଭାଗ ଗୁରୁତ୍ବ ଦେଉଛି। ପ୍ରତି ସିବିଏସଇ ସ୍କୁଲରେ ସୁଗାର ବୋର୍ଡ ଲଗାଯିବାକୁ ନିଷ୍ପତ୍ତି ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଏହି ସମାବର୍ତ୍ତନ ଉତ୍ସବରେ ମେଡାଲ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ବିଶ୍ଵବିଦ୍ୟାଳୟର ପିଏଚଡି ଡିଗ୍ରୀ ଧାରୀ ଛାତ୍ରଛାତ୍ରୀଙ୍କୁ ଆୱାର୍ଡ ପ୍ରଦାନ କରାଯାଇଛି । ୨୦ ଜଣଙ୍କୁ ଡୋନେଟେଡ ଗୋଲ୍ଡ ମେଡାଲ, ୩୯ ଜଣଙ୍କୁ ବିଶ୍ଵବିଦ୍ୟାଳୟ ଗୋଲ୍ଡ ମେଡାଲ , ବିଭିନ୍ନ ବିଭାଗରେ ୧୦୨ ଜଣଙ୍କୁ ଡକ୍ଟର ଅଫ ଫିଲୋସୋପି, ଡାକ୍ତରୀ ବିଜ୍ଞାନ, ଡାକ୍ତର ଲିଟରେଚରରେ ଜଣେ ଲେଖାଏଁଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।


ସମ୍ବଲପୁର ବିଶ୍ଵବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।


ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପୂର୍ବରୁ ମା' ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭବପତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Sugar board to be in all CBSE schools | Argus News