Operation Sindoor: ସୁଇସାଇଡ୍ ଡ୍ରୋନ ! ଯିଏ ୧୦୦ କିମି ପାକିସ୍ତାନରେ ପଶି କରିଥିଲା ନିଆଁ ବର୍ଷା

ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ POK ରେ ଏୟାର ଷ୍ଟ୍ରାଇକ୍ କରିଛି। ଭାରତୀୟ ସେନା 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଜଳ-ସ୍ଥଳ-ବାୟୁ ସେନା ମିଶି 'ଅପରେସନ୍ ସିନ୍ଦୂର' କୁ ସଫଳ କରିଛନ୍ତି ।
ଭାରତୀୟ ସେନା ମାତ୍ର ୨୫ ମିନିଟ୍ ମଧ୍ୟରେ ପାକିସ୍ତାନରେ ଧ୍ୱଂସର ତାଣ୍ଡବ କରିଥିଲା । ଆକାଶରୁ ନିଆଁ ବର୍ଷା କରିଥିଲା । ଯେଉଁଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏୟାର ଷ୍ଟ୍ରାଇକ୍ ପରେ, ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଥିଲା ଯେ ଭାରତ ନିଜ ସୀମା ଭିତରେ ରହି ଏହି ଆକ୍ରମଣ କରିଛି। ଭାରତ ଏହି ଅପରେସନରେ ଡ୍ରୋନ୍, ଏଲଏମଏସ୍ ଡ୍ରୋନ୍ ବ୍ୟବହାର କରିଥିଲା। ଯାହାକୁ ଆତ୍ମଘାତୀ ଡ୍ରୋନ୍ ମଧ୍ୟ କୁହାଯାଏ।

LMS ଡ୍ରୋନ ଅର୍ଥ ହେଉଛି ଲୋକଷ୍ଟ ମିନିଏଚର ସ୍ୱାର୍ମ ଡ୍ରୋନ। ଯାହାକୁ ଲୋଇଟରିଂ ମ୍ୟୁନିସନ୍ ସିଷ୍ଟମ୍ ମଧ୍ୟ କୁହାଯାଏ। ଏହା ଏକ ସଶସ୍ତ୍ର ଡ୍ରୋନ। ଯାହାକୁ ଭାରତୀୟ ସେନା ଅପରେସନ୍ ସିନ୍ଦୁର ଅଧୀନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରିଥିଲା।
LMS ଡ୍ରୋନ ଦୀର୍ଘ ସମୟ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରେ। ଏହି ଡ୍ରୋନ ନିଜର ଲକ୍ଷ୍ୟ ଖୋଜିବାରେ ଖୁବ୍ ତୀକ୍ଷ୍ନ । ଟାର୍ଗେଟ୍କୁ ପାଇବା ପରେ ଏହି ଡ୍ରୋନ୍ ତାକୁ ଟ୍ରାକ୍ କରିଥାଏ । ଶେଷରେ ତାକୁ ପାଇବା ପରେ ପାଖକୁ ଯାଇ ବ୍ଲାଷ୍ଟ ହୋଇଥାଏ । ଏହି କାରଣରୁ ଏହାକୁ ଆତ୍ମଘାତୀ ଡ୍ରୋନ କୁହାଯାଏ।

LMS ଡ୍ରୋନଗୁଡ଼ିକ ଆତଙ୍କବାଦୀ ଆଡ୍ଡା, ସେନା ରାଡାର ସିଷ୍ଟମ, ଅସ୍ତ୍ରଶସ୍ତ୍ର ଡିପୋ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବାରେ ସକ୍ଷମ। ଏହି ଡ୍ରୋନଗୁଡ଼ିକୁ ସ୍ୱୋର୍ମ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି । ଅର୍ଥାତ୍, ଅନେକ ଡ୍ରୋନ ମିଶି ଏକାଠି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିପାରନ୍ତି। ଏହି ଡ୍ରୋନ ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବାରେ ମଧ୍ୟ ସକ୍ଷମ।
📱 Get Argus News App
✨
ସ୍ୱାର୍ମ ଡ୍ରୋନଗୁଡ଼ିକ ଏକକାଳୀନ ଅନେକ ଦିଗରୁ ଶତ୍ରୁ ଉପରେ ଆକ୍ରମଣ କରି ସେମାନଙ୍କୁ ଧ୍ୱଂସ କରିପାରିବ। ଏହା ସାହାଯ୍ୟରେ ରାଡାର ଆଣ୍ଟିନା, ଅସ୍ତ୍ର ପ୍ରଣାଳୀ କିମ୍ବା କମାଣ୍ଡ ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳକୁ ମଧ୍ୟ ଟାର୍ଗେଟ କରାଯାଇପାରିବ।
