Sukanya Yojana / ଏବେ ହିଁ ଜାଣିନିଅନ୍ତୁ ଏହି ଯୋଜନା ବିଷୟରେ, ସଞ୍ଚୟ ପାଇଁ ସବୁଠୁ ବେଷ୍ଟ

Key Points
ପୋଷ୍ଟ ଅଫିସର ଏହି ଯୋଜନା ଦେଉଛି ସର୍ବାଧିକ ସୁଧ
ସଞ୍ଚୟ ପାଇଁ ସବୁଠୁ ବେଷ୍ଟ
ସବୁ ବାପା ମା ଚାହାନ୍ତି ତାଙ୍କ ପିଲାମାନଙ୍କ ପାଇଁ କିଛିନା କିଛି ଟଙ୍କା ସଞ୍ଚୟ କରିବା ପାଇଁ। ଆଉ ଯଦି ଝିଅଟିଏ ଥାଏ, ତେବେ ତ ଅଧିକ ଚିନ୍ତା। ଆଜିକାଲି ଦୁନିଆରେ ସବୁ ଜିନିଷ ଏତେ ବଢ଼ିଗଲାଣି ଯେ, ଝିଅ ବାହାଘର କରିବା ବି କଷ୍ଟ ସାଧ୍ୟ। କିନ୍ତୁ କୁହାଯାଏ ଯଦି ବୁଦ୍ଧି ବିଚାରି କାମ କରାଯାଏ, ତେବେ ନିଶ୍ଚୟ ଆପଣଙ୍କୁ ଲାଭଦାୟକ ହେବେ। ଯଦି ଆପଣ ଏକ ଚିନ୍ତାମୁକ୍ତ ଓ ଗ୍ୟାରେଣ୍ଟି ରିଟର୍ଣ୍ଣ ଦେଉଥିବା ସଞ୍ଚୟ ଯୋଜନା ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଭାରତ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ବିକଳ୍ପ ହୋଇପାରେ। ଯେଉଁଠାରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଓ ନ୍ୟାସନାଲ ସେଭିଂସ ସାର୍ଟିଫିକେଟ (NSC) ଭଳି ଯୋଜନାଗୁଡ଼ିକ ଲୋକଙ୍କ ମଧ୍ୟରେ ଲୋକପ୍ରିୟ, ସେହିପରି ଏହି ଯୋଜନା ବର୍ତ୍ତମାନ ୮.୨% ବାର୍ଷିକ ସୁଧ ହାର ପ୍ରଦାନ କରୁଛି, ଯାହା ସମସ୍ତ ଛୋଟ ସଞ୍ଚୟ ଯୋଜନା ମଧ୍ୟରେ ସର୍ବାଧିକ।
କେଉଁଠାରେ ଖୋଲିପାରିବେ ଖାତା?
📱 Get Argus News App
✨ଆପଣ ଏହି ଖାତା ଡାକଘର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI), HDFC, ICICI ଏବଂ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବ୍ୟାଙ୍କମାନଙ୍କରେ ଖୋଲିପାରିବେ। ଖାତାକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିମ୍ବା ବ୍ୟାଙ୍କରୁ ଡାକଘରକୁ ସହଜରେ ସ୍ଥାନାନ୍ତର କରାଯାଇପାରିବ।
ସୁକନ୍ୟା ସମୃଦ୍ଧି ଯୋଜନା କ’ଣ?
ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ୱାରା ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଏକ ସଞ୍ଚୟ ଯୋଜନା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କର ଶିକ୍ଷା ଓ ବିବାହ ଭଳି ବଡ଼ ଆର୍ଥିକ ଆବଶ୍ୟକତା ପୂରଣ କରିବା। ଏହି ଯୋଜନା ଅଧୀନରେ ୧୦ ବର୍ଷରୁ କମ ବୟସର ଝିଅଙ୍କ ନାମରେ ଖାତା ଖୋଲାଯାଇପାରିବ। ଖାତାଟି ଝିଅର ପିତାମାତା କିମ୍ବା ଆଇନଗତ ଅଭିଭାବକ ଖୋଲିପାରିବେ।
କେତେ ଟଙ୍କା ନିବେଶ କରିପାରିବେ?
ଏହି ଯୋଜନାରେ ଆପଣ ବର୍ଷକୁ ନ୍ୟୁନତମ ୨୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧.୫ ଲକ୍ଷ ଟଙ୍କା ଯାଏ ଜମା କରିପାରିବେ। ଅର୍ଥାତ ଛୋଟ ଓ ବ ସ୍ତରର ସଞ୍ଚୟକାରୀଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଏହି ଯୋଜନାରେ ନିବେଶ ଉପରେ ୮.୨% ବାର୍ଷିକ ସୁଧ ମିଳିଥାଏ, ଯାହା PPF (୭.୧%) ଓ NSC (୭.୭%)
ତୁଳନାରେ ଅଧିକ।ମିଆଦ ଓ ନିକାସ ନିୟମ:
ଏହି ଯୋଜନାର ପରିପକ୍ୱତା ଅବଧି ୨୧ ବର୍ଷ, ଯାହା ଖାତା ଖୋଲିବା ତାରିଖରୁ ଗଣାଯାଏ। ତେବେ, ଝିଅ ୧୮ ବର୍ଷ ବୟସରେ ପହଞ୍ଚିଲେ ଉଚ୍ଚଶିକ୍ଷା କିମ୍ବା ବିବାହ ପାଇଁ ଆଂଶିକ ନିକାସର ଅନୁମତି ମିଳିଥାଏ। ଯଦି ଝିଅର ବିବାହ ୧୮ ବର୍ଷ ପରେ ହୁଏ, ତେବେ ଖାତାଟି ର୍ନିଦ୍ଦିଷ୍ଟ ସମୟ ପୂର୍ବରୁ ବନ୍ଦ କରାଯାଇପାରିବ।
ସୁଧ ହାର:
ନିକଟରେ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ ଏହି ଯୋଜନାର ସୁଧ ହାର ୮.୨% ରେ ସ୍ଥିର ରହିବ। ଏହା ଅର୍ଥ ବର୍ତ୍ତମାନ ସମସ୍ତ ସରକାରୀ ଛୋଟ ସଞ୍ଚୟ ଯୋଜନା ମଧ୍ୟରେ ଏହା ସର୍ବାଧିକ ସୁଧ ହାର ପ୍ରଦାନ କରୁଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories