Videos
|
National

Summer Vacation / ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ୍ ଖରା ଛୁଟି ବଢ଼ାଇଲେ ସରକାର, ଏହି ଦିନ ଖୋଲିବ ବିଦ୍ୟାଳୟ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ୍ ଖରା ଛୁଟି ବଢ଼ାଇଲେ ସରକାର, ଏହି ଦିନ ଖୋଲିବ ବିଦ୍ୟାଳୟ
School Summer Break Extended Until June 24

Key Points

ଅସ୍ତବ୍ୟସ୍ତ କରି ପକାଉଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାର ସ୍କୁଲ୍ ଖରା ଛୁଟିକୁ ବୃଦ୍ଧି କରିଛନ୍ତି । ଫଳରେ ବିଦ୍ୟାଳୟ ଗୁଡ଼ିକ ଜୁନ୍ ୨୫ ତାରିଖରେ ଖୋଲିବ ।
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ସତ୍ତ୍ଵେ ଜାରି ରହିଛି ଗରମ । ଅସ୍ତବ୍ୟସ୍ତ କରି ପକାଉଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାର ସ୍କୁଲ୍ ଖରା ଛୁଟିକୁ ବୃଦ୍ଧି କରିଛନ୍ତି । ଫଳରେ ବିଦ୍ୟାଳୟ ଗୁଡ଼ିକ ଜୁନ୍ ୨୫ ତାରିଖରେ ଖୋଲିବ ।

ସ୍କୁଲ୍ ଖରା ଛୁଟି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ବେସିକ୍ ଶିକ୍ଷା ପରିଷଦ ଅଧିନରେ ପରିଚାଳିତ ସମସ୍ତ ବିଦ୍ୟାଳୟ ଓ ମାନ୍ୟତା ପ୍ରାପ୍ତ ସଂସ୍ଥା ଗୁଡ଼ିକ ଲାଗି ଖରା ଛୁଟି ବଢ଼ାଇ ଦିଆ ଯାଇଛି । ଫଳରେ ବେସିକ୍ ଶିକ୍ଷା ପରିଷଦ ଅଧିନରେ ଆସୁଥିବା ସ୍କୁଲ୍ ଜୁନ୍ ୨୫ରେ ଫିଟିବ ।

ଏଥିସହ ପଢ଼ନ୍ତୁ: ସରିଲା ଖରା ଛୁଟି; ଖୁବଶୀଘ୍ର ଖୋଲିବ ସ୍କୁଲ 

ଏନେଇ ମଙ୍ଗଳବାର ବେସିକ୍ ଓ ମାଧ୍ୟମିକ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପାର୍ଥ ସାରଥୀ ସେନା ଶର୍ମା ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଚଳିତ ବର୍ଷ ଖରା ଛୁଟି ମେ ୨୦ରୁ ଜୁନ୍ ୨୪ ପର୍ଯ୍ୟନ୍ତ ହେବ । ଫଳରେ ନିୟମିତ ଶିକ୍ଷାଦାନ ଜୁନ୍ ୨୫ରୁ ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ଜୁନ୍ ୧୬ ତାରିଖ ମଙ୍ଗଳବାର ବିଦ୍ୟାଳୟ ଖୋଲିବାର ଥିଲା । ହେଲେ ପ୍ରଚଣ୍ଡ ଖରା ପାଇଁ ସରକାର ସ୍କୁଲ୍ ଖରା ଛୁଟି ବଢ଼ାଇ ଦେଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଏଥିସହ ପଢ଼ନ୍ତୁ: ମୋହନ ସରକାରଙ୍କ ବଡ଼ ଘୋଷଣା; କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ସମସ୍ତେ 

ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହ, ତାପମାତ୍ରା ବୃଦ୍ଧି ଭିତରେ ଛୁଆଙ୍କ ସୁରକ୍ଷା, ସ୍ଵାସ୍ଥ୍ୟ ଓ ଉତ୍ତମ ଶିକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଅଧିକାରୀଙ୍କ ଅନୁସାରେ, ବିଭାଗ ଦ୍ଵାରା ଛୁଟି ବୃଦ୍ଧି ଯୋଗୁଁ ଶୈକ୍ଷିକ କ୍ୟାଲେଣ୍ଡରରେ ସମାନତା ରହିବ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଛୁଟି ବଢ଼ାଇବାର ଆବଶ୍ୟକତା ନାହିଁ ।

ଜୁନ୍‌ ୨୧ରେ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ

ଜାରି ନିର୍ଦ୍ଦେଶ ଅନୁସାରେ, ନୂଆ ଶୈକ୍ଷିକ ବର୍ଷର ପ୍ରସ୍ତୁତି ପାଇଁ ଶିକ୍ଷକ, ଶିକ୍ଷା ମିତ୍ର ଏବଂ ଅନ୍ୟ କର୍ମଚାରୀ ୨୨ ଜୁନ୍‌ରୁ ୨୪ ଜୁନ୍ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବେ । ସେହିଭଳି ଜୁନ୍ ୨୧ରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ ।