Sunetra Pawar / ସୁନେତ୍ରାଙ୍କ ହାତରେ ରହିପାରେ ଅଜିତଙ୍କ 'ପାଓ୍ୱାର', ମହାରାଷ୍ଟ୍ରକୁ ମିଳିବ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ
·7 months ago·2 min read

Key Points
ସୁନେତ୍ରା ପାୱାରଙ୍କ ହାତରେ ରହିପାରେ ଅଜିତଙ୍କ 'ପାଓ୍ୱାର'
ମହାରାଷ୍ଟ୍ରକୁ ମିଳିବ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ

ଆଜି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର । ସୁନେତ୍ରା ପାୱାରଙ୍କ ହାତରେ ରହିପାରେ ଅଜିତଙ୍କ 'ପାଓ୍ୱାର', ମହାରାଷ୍ଟ୍ରକୁ ମିଳିବ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ରର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଶପଥ ନେବେ ସୁନେତ୍ରା ପାୱାର । ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ନେବେ ଶପଥ । ଏନସିପି ମୁଖିଆ ପଦ ସମ୍ଭାଳିବା ନେଇ ବି ସୂଚନା । ଦଳୀୟ ସୂତ୍ର ଅନୁସାରେ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଶନିବାର ଅପରାହ୍ନ ୨ଟାରେ ଏହାର ବିଧାୟକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି । ଏହି ବୈଠକରେ ସୁନେତ୍ର ପାୱାରଙ୍କୁ ଆନୁଷ୍ଠାନିକ ଭାବରେ ଏନସିପି ବିଧାୟକ ଦଳର ନେତା ନିର୍ବାଚିତ କରାଯିବ।
ଏହାପରେ ସେ ସନ୍ଧ୍ୟା ୫ଟା ସମୟରେ ରାଜଭବନରେ ଏକ ସରଳ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।ବିମାନ ଦୁର୍ଘଟଣାରେ ଅଜିତ୍ ପାୱାରଙ୍କ ମୃତ୍ୟୁ ପରେ ଖାଲିଥିଲା ପଦ । ଅଜିତ ପାଵାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳୁଛି । କିଏ ହେବ ଉପ-ମୁଖ୍ୟମନ୍ତ୍ରୀ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ସ୍ପଷ୍ଟ ହୋଇଛି । ସୁନେତ୍ରା ପାୱାର ଫଡନଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ସହ ଶନିବାର ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ହୋଇଛି ।
ଏଥିସହ ପଢ଼ନ୍ତୁ: ରାଶିଫଳ ଖବର: ଭାଗ୍ୟ ବଦଳିବ ଏହି ରାଶିଦ୍ୱୟର
ସୂତ୍ର ଦାବି କରୁଛି ଯେ ଅଜିତ ପାୱାର ତାଙ୍କ ମୃତ୍ୟୁ ପୂର୍ବରୁ ମିଶ୍ରଣର ସର୍ତ୍ତାବଳୀରେ ପ୍ରାୟତଃ ସହମତ ହୋଇଥିଲେ। ସମ୍ପ୍ରତି ସ୍ଥାନୀୟ ସଂସ୍ଥା ନିର୍ବାଚନରେ, ଉଭୟ ଗୋଷ୍ଠୀ ସମାନ ନିର୍ବାଚନ ଚିହ୍ନ (ଘଣ୍ଟା) ତଳେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି, କିଛି ଦଳର ନେତା ବିଶ୍ୱାସ କରନ୍ତି ଯେ ଏନଡିଏ ସହିତ ପରିବାରର ଭବିଷ୍ୟତ ସମ୍ପର୍କ ଉପରେ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ତାଙ୍କ ସ୍ୱାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବାରାମତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେବାର ତିନି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି ।ସେପଟେ ଶରଦ ପାୱାରଙ୍କ ଏନସିପି ସହିତ ମିଶ୍ରଣ ହେବ କି?ଅଜିତ ପାୱାରଙ୍କ ଦେହାନ୍ତ ପରେ, ଦୁଇ ଏନସିପି ଗୋଷ୍ଠୀ (ଶରଦ ପାୱାର ଏବଂ ଅଜିତ ପାୱାର ଗୋଷ୍ଠୀ) ମଧ୍ୟରେ ମିଶ୍ରଣ ନେଇ ଏବେ ଆଲୋଚନା ଜୋର ଧରିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories