Videos
|
National

ମାର୍ଚ୍ଚ ୧୬ରେ ଫେରିବେ ସୁନୀତା !

Rashmita Mishra
Browse all articles by Rashmita Mishra
·1 year ago·1 min read
ମାର୍ଚ୍ଚ ୧୬ରେ ଫେରିବେ ସୁନୀତା !

ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସଙ୍କ ଫେରିବା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି । ନାସା ଦେଲା ସଠିକ ତଥ୍ୟ । ଗତ ବର୍ଷ ଜୁନ ମାସରୁ ମହାକାଶରେ ଫସି ରହିଛନ୍ତି ସୁନିତା। ଆଶା କରାଯାଉଛି ସେମାନେ ସମସ୍ତେ ସେଠାରେ ସୁରକ୍ଷିତ ଅଛନ୍ତି। ମହାକାଶଚାରୀମାନେ ବହୁତ ଦିନ ଧରି ସେମାନଙ୍କ ଫେରିବା ପାଇଁ ଅପେକ୍ଷା କରିଛନ୍ତି।

କେବେ ଫେରିବେ କେବେ ଫେରିବେ ତାକୁ ନେଇ ସମସ୍ତଙ୍କ ମନରେ ବଡ ପ୍ରଶ୍ନ ଥିଲା। ହେଲେ ନାସା ପକ୍ଷରୁ ଆସିଛି ଖୁସି ଖବର। ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ କ୍ରୁ-୯ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଦ୍ରୁତ ଗତିରେ କାମ କରୁଛନ୍ତି।

ମାର୍ଚ୍ଚ ୧୬ରେ ପୃଥିବୀକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ। ଗତ 9 ମାସ ଧରି ମହାକାଶ ଷ୍ଟେସନରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବେ ଘରକୁ ଫେରିବାକୁ ଯାଉଛନ୍ତି। ନାସା ଏହାର ପ୍ରସ୍ତୁତି ସମାପ୍ତ କରିଛି। ସୁନିତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋର ମାର୍ଚ୍ଚ ୧୬ରେ ପୃଥିବୀକୁ ଫେରିବା ନେଇ ନାସା ପକ୍ଷରୁ ଏକ ବିବୃତ୍ତି ଆସିଛି। ଦୁହେଁ ସ୍ପେସଏକ୍ସ ଡ୍ରାଗନରେ ଏହି ସମ୍ଭାବ୍ୟ ତାରିଖ ରେ ପୃଥିବୀକୁ ଫେରିବେ ବେୋଲି ଏହି ବିବୃତ୍ତିରେ କୁହାଜାଇଛି।

ମାର୍ଚ୍ଚ ୧୨ ଏବଂ ୧୩ ରେ ଚାରି ଜଣ ମହାକାଶଚାରୀଙ୍କୁ ନେଇ SpaceX Crew-10 କ୍ରୁ ମହାକାଶକୁ ଉତକ୍ଷେପଣ କରାଯିବ। ଏହା ପହଞ୍ଚିବା ପରେ, କ୍ରୁ-୯ ର ସଦସ୍ୟମାନଙ୍କୁ ପୃଥିବୀକୁ ଫେରାଇ ଅଣାଯିବ। ସୁନିତା ୱିଲିୟମ୍ସ ୫ ଜୁନ୍ ୨୦୨୪ରେ ତାଙ୍କ ମିଶନରେ ମହାକାଶକୁ ଯାଇଥିଲେ। ତାଙ୍କର ମିଶନ ଗୋଟିଏ ସପ୍ତାହ ପାଇଁ ଥିଲା କିନ୍ତୁ ତାଙ୍କୁ ମହାକାଶରେ ନଅ ମାସରୁ ଅଧିକ ସମୟ ବିତାଇବାକୁ ପଡିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sunita-will-return-on-march-16th | Argus News