Videos
|
National

ତୃତୀୟ ଥର ପାଇଁ ମହାକାଶରେ ପାଦ ଥାପି ଇତିହାସ ରଚିଲେ ସୁନୀତା ୱିଲିୟମ୍ସ 

Manini Pattanayak
Browse all articles by Manini Pattanayak
·2 years ago·1 min read
ତୃତୀୟ ଥର ପାଇଁ ମହାକାଶରେ ପାଦ ଥାପି ଇତିହାସ ରଚିଲେ ସୁନୀତା ୱିଲିୟମ୍ସ 

 ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ମହାକାଶରେ ପାଦ ଥାପି ଇତିହାସ ରଚିଲେ ସୁନୀତା ୱିଲିୟମ୍ସ । ଦୀର୍ଘ 26 ଘଣ୍ଟାର ଯାତ୍ରା ପରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି 59 ବର୍ଷୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଅନ୍ତରୀକ୍ଷରେ ପହଞ୍ଚିବା ପରେ ସେଠାରେ ଖୁସିରେ ନାଚିଛନ୍ତି ସୁନୀତା ୱିଲିୟମ୍ସ। ତାଙ୍କ ସହ ଯାତ୍ରାରେ ସାମିଲ ହୋଇଛନ୍ତି କ୍ରୁଡମେଟ୍ ବଚ୍ ୱିଲମୋର୍ । ଉଭୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ସେଠାରେ ତାଙ୍କୁ ଘଣ୍ଟି ବଜାଇ ସ୍ୱାଗତ କରାଯାଉଥିବା ଭିଡିଓ ସାମ୍ନାକୁ ଆସିଛି । ମହାକାଶକୁ ତୃତୀୟ ଥର ଯାତ୍ରା ସହ ସୁନୀତା ୱିଲିୟମ୍ସ ପ୍ରଥମ ମହିଳା ଭାବେ କୌଣସି କ୍ରୁଡ୍ ଟେଷ୍ଟ ଫ୍ଲାଇଟରେ ପାଇଲଟ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର ଜୁନ୍ ୫ରେ ନାସା ପକ୍ଷରୁ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ବୋଇଙ୍ଗ ଷ୍ଟାରଲିନର୍ ମହାକାଶ ଯାନ ଯୋଗେ ସ୍ପେଶ୍ ଷ୍ଟେସନ ଅଭିମୁଖେ ବାହାରିଥିଲେ। ୨୦୦୬ ଡିସେମ୍ବର ୯ରେ 'ଡିସକଭରୀ' ମହାକାଶ ଯାନ ଯୋଗେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sunita Williams made history by stepping into space for the third time | Argus News