ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ

ଅର୍ଗସ ବ୍ୟୁରୋ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ । ହଲରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନ ଗିରଫ ହୋଇଛନ୍ତି । ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ ।
ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଲ୍ଲୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । ସେ ଏକ ଭିଡିଓ ଶେୟାର କରିଥିଲେ ଏବଂ ମୃତ ମହିଳାଙ୍କ ପରିବାରକୁ ସମର୍ଥନ କରିବା ବିଷୟରେ କହିଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ
୩୯ ବର୍ଷୀୟା ରେବତୀ ତାଙ୍କ ସ୍ବାମୀ ଏବଂ ଦୁଇ ପିଲାଙ୍କ ସହ ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ ଦେଖିବାକୁ ଆସିଥିଲେ। ହଠାତ୍ ଅଲ୍ଲୁ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିବା ସହ ଥିଏଟରରେ ଦଳଚକଟା ହୋଇଥିଲା। ଶ୍ୱାସରୁଦ୍ଧ ହେତୁ ଅନେକ ଲୋକ ଚେତାଶୂନ୍ୟ ହୋଇପଡିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପୁଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ଏନେଇ ମୁହଁ ଖୋଲିଥିଲେ ସୁପରଷ୍ଟାର୍ ଅଲ୍ଲୁ । ମୃତାଙ୍କ ପରିବାରକୁ 25 ଲକ୍ଷ କ୍ଷତିପୂରଣ ଦେଇଥିଲେ ।