ଡାକ୍ତରମାନେ ସବୁବେଳେ ଜେନେରିକ୍ ଔଷଧ ଲେଖିବାକୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ

ଡାକ୍ତରଙ୍କ ବ୍ରାଣ୍ଡେଡ୍ ଔଷଧ ଲେଖିବା ଚକ୍କରରେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀଙ୍କ ପରିବାର। ସମାନ ଗୁଣବତ୍ତା ଥାଇ ଡାକ୍ତରମାନଙ୍କ ବ୍ରାଣ୍ଡେଡ୍ ଔଷଧ ଲେଖିବା ଅଭ୍ୟାସ ଥିବାରୁ ସାଧାରଣ ଲୋକ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଡାକ୍ତିରମାନେ ସବୁବେଳେ ଜେନେରିକ୍ ମେଡିସିନ୍ ଲେଖିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ବାଧ୍ୟତାମୂଳକ କରାଯିବା ଉଚିତ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି।
ଏକ ସ୍ବାସ୍ଥ୍ୟ ଜନିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନୀତି ପ୍ରଣୟନ କରିବାକୁ କହିଛନ୍ତି। ଏଥିସହ ନିୟମକୁ କଡାକଡି ପାଳନ କରିବାକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି।
📱 Get Argus News App
✨ସୂଚନାଯୋଗ୍ୟ - ବହୁ ସମୟରେ ଦେଖିବାକୁ ମିଳେ ଘରୋଇ ଡାକ୍ତରଖାନା ଗୁଡିକରେ ଡାକ୍ତର ଲେଖୁଥିବା ଔଷଧ ଅତ୍ୟଧିକ ଦାମି ହୋଇଥାଏ। ଯାହାକୁ ଜଣେ ସାଧାରଣ ଲୋକ କିଣିବା ସହଜ ହୋଇନଥାଏ। ସମାନ ରୋଗ ପାଇଁ ସରକାରୀ ମେଡିକାଲରେ ଲେଖାଯାଉଥିବା ଔଷଧ କମ୍ ମୂଲ୍ୟର ହୋଇଥାଏ। ଏମିତିକି ଘରୋଇ ଡାକ୍ତରଖାନାର ଡାକ୍ତରମାନେ ଔଷଧରେ ବ୍ରାଣ୍ଡର ନାଁ ମଧ୍ୟ ପ୍ରେସକ୍ରିପ୍ସନରେ ଲେଖିଥାନ୍ତି।
ଏନେଇ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଅଭିଯୋଗ କରିଥିବା ନଜିର ରହିଛି। ୨୦୨୨ ରେ ବ୍ରାଣ୍ଡେଡ୍ ଔଷଧ ନ ଲେଖି କେବଳ ଜେନରିକ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଉତ୍ତରପ୍ରଦେଶ ସରକାର। ଡାକ୍ତରମାନେ ଔଷଧର ବ୍ରାଣ୍ଡ ନାଁ ନ ଲେଖିବାକୁ ନିର୍ଦ୍ଦେଶ ହୋଇଥିଲା। ଏବେ ସୁପ୍ରିମକୋର୍ଟ ସାରା ଦେଶ ପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।