Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆହ୍ଲାବାଦିଆଙ୍କୁ ‘ଶୋ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

Ritu Das
Browse all articles by Ritu Das
·1 year ago
ଆହ୍ଲାବାଦିଆଙ୍କୁ ‘ଶୋ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ ସହ ଜଡ଼ିତ ବ୍ଲଗର କମେଡି ମାମଲାରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷଙ୍କ ଆବେଦନ ଉପରେ ସୋମବାର ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରଣବୀରଙ୍କୁ ଗୁଆହାଟୀ ପୋଲିସ ସାମ୍ନାରେ ଯାଞ୍ଚ ପାଇଁ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି । ରଣବୀରଙ୍କ ଓକିଲଙ୍କ ଅନୁରୋଧ କ୍ରମେ ତାଙ୍କର କୌଣସି ଶୋ’କୁ ପ୍ରସାରିତ କରିବା ଉପରେ ଲାଗିଥିବା ରୋକ୍ କୁ ହଟାଇଛନ୍ତି କୋର୍ଟ ।


କିନ୍ତୁ ସର୍ତ୍ତ ରଖିଛନ୍ତି କି, ସମସ୍ତ ବୟସ ବର୍ଗର ଦେଖିବା ଯୋଗ୍ୟ କଣ୍ଟେଣ୍ଟ ହିଁ ପ୍ରସ୍ତୁତ କରାଯିବା ଉଚିତ୍ । କେନ୍ଦ୍ର ସରକାରଙ୍କୁ ଅଶ୍ଲୀଳ ସାମଗ୍ରୀ ଉପରେ ନିୟନ୍ତ୍ରଣ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ରଣବୀରଙ୍କୁ ପ୍ରଥମେ ଯାଞ୍ଚରେ ସାମିଲ କରନ୍ତୁ, ପରେ ବିଦେଶ ଯିବାର ଅନୁରୋଧ ଉପରେ ବିଚାର କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court allows Allhabadiya to do his show | Argus News