|
logo
Live
Argus News App
GET APP

Argus News - ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି; ୧୩ ବର୍ଷ ହେଲା ଶଯ୍ୟାଶାୟୀ ହରୀଶ

National

SC Allows Euthanasia / ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି; ୧୩ ବର୍ଷ ହେଲା ଶଯ୍ୟାଶାୟୀ ହରୀଶ

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି; ୧୩ ବର୍ଷ ହେଲା ଶଯ୍ୟାଶାୟୀ ହରୀଶ
Landmark Legal Decision

Key Points

ଦିଲ୍ଲୀ ଏମ୍ସର ରିପୋର୍ଟ ମିଳିବା ପରେ ସୁପ୍ରିମକୋର୍ଟ ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି । ହରୀଶଙ୍କ ବାପାମାଆ ପୁଅର ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାର କରିଥିଲେ ।
ନୂଆଦିଲ୍ଲୀ: ନା ଦେହରେ ବଳ ଅଛି, ନା କିଛି ଜାଣି ପାରୁଛନ୍ତି । ଜୀବନ ଅଛି ହେଲେ ୧୩ ବର୍ଷ ହେଲା ଏମିତି ଅଚେତ ହୋଇ ବେଡ୍‌ରେ ପଡ଼ି ରହିଛନ୍ତି । ଡାକ୍ତର ଠିକ୍ ହେବାର ଆଶା ଛାଡ଼ି ଦେଇଛନ୍ତି । ଏବେ ସୁପ୍ରିମକୋର୍ଟ ଉକ୍ତ ଯୁବକ ହରୀଶ ରାଣାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଛନ୍ତି ।

ସୁପ୍ରିମକୋର୍ଟର ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ କେଭି. ବିଶ୍ଵନାଥନଙ୍କ ଖଣ୍ଡପୀଠ ଇଚ୍ଛାମୃତ୍ୟୁକୁ ଅନୁମତି ପ୍ରଦାନ କରିଛନ୍ତି । ଦିଲ୍ଲୀ ଏମ୍ସର ରିପୋର୍ଟ ମିଳିବା ପରେ ସୁପ୍ରିମକୋର୍ଟ ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି । ହରୀଶଙ୍କ ବାପାମାଆ ପୁଅର ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ । ୧୩ ବର୍ଷ ହେଲା ହରୀଶ ଅଚେତ୍ ହୋଇ ଶଯ୍ୟାଶାୟୀ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ଭୟଙ୍କର ଯୁଦ୍ଧ ସ୍ଥିତି: ଗ୍ୟାସ୍ ମୂଲ୍ୟ ବୃଦ୍ଧିରେ ଯୋଗୁଁ ଇଣ୍ଡକ୍ସନ୍ କୁକରର ଦାମ ତିନିଗୁଣା ବଢିଲା

ଗାଜିଆବାଦର ହରୀଶ ରାଣାଙ୍କୁ ପାସିଭ୍ ୟୁଥାନାସିଆ (ଇଚ୍ଛାମୃତ୍ଯୁ) ଦେବା ଉପରେ ସୁପ୍ରିକୋର୍ଟଙ୍କ ନିଷ୍ପତ୍ତି ଶୁଣାଇଛନ୍ତି । ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ହରୀଶଙ୍କ ପରିବାର ସହ ଆଲୋଚନା କରିଥିଲେ । ଶତପ୍ରତିଶତ ଦିବ୍ୟାଙ୍କ ହରୀଶ ଠିକ୍ ହେବା ଆଶା ନଥିବାରୁ ବାପାମାଆ ଇଚ୍ଛାମୃତ୍ୟୁ ଦାବି କରିଥିଲେ ।

ହରୀଶ ରାଣାଙ୍କୁ ସୁପ୍ରିମକୋର୍ଟ ଦିଲ୍ଲୀ ଏମ୍ସକୁ ମଧ୍ୟ ରିପୋର୍ଟ ମାଗିଥିଲେ । ଯେଉଁଥିରେ ଏମ୍ସ କହିଥିଲା, "ହରୀଶ କେବେ ବି ଠିକ୍ ହୋଇ ପାରିବେ ନାହିଁ ।" ଏମ୍ସର ଏହି ମତ ପରେ ଜଷ୍ଟିସ୍ ଜେବି ପାରଦିୱାଲା କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦ ରିପୋର୍ଟ । ଆମେ ନିଷ୍ପତ୍ତି ନେବା କଠିନ ଏବଂ ଯୁବକଙ୍କୁ ଏଭଳି ଦୁଃଖରେ ରଖି ପାରିବା ନାହିଁ ।"

ଏଥିସହ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ ୧୦ ଡଲାର ବୃଦ୍ଧି ପାଇବ

ସୂଚନାଯୋଗ୍ୟ, ହରୀଶ ରାଣାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ପଞ୍ଜାବ ବିଶ୍ଵବିଦ୍ୟାଳୟରେ ୨୦୧୩ରେ ପଢ଼ୁଥିଲେ । ସେତେବେଳେ ସେ ରହୁଥିବା ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖା ଯାଇଥିଲା ।

ସେବେଠୁ ସେ ଶଯ୍ୟାଶାୟୀ ଥିବା ବେଳେ ଟ୍ରେଚୋଷ୍ଟୋମି ଟ୍ୟୁବ୍‌ରେ ନିଶ୍ଵାସ ପ୍ରଶ୍ଵାସ ନେବା ଏବଂ ଗାଷ୍ଟ୍ରୋଜେଜୁନୋଷ୍ଟୋମି ଟ୍ୟୁବ୍‌ରେ ଖାଦ୍ୟ ଦିଆ ଯାଉଥିଲା । ଏକମାତ୍ର ପୁଅର ଦେଖାଶୁଣା ୧୩ ବର୍ଷ ହେଲା କରି ଆସୁଥିଲେ ବୃଦ୍ଧ ପିତାମାତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SC Allows Euthanasia: ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି; ୧୩ ବର୍ଷ ହେଲା ଶଯ୍ୟାଶାୟୀ ହରୀଶ | Argus News