କୋଲକାତା ମାମଲା: ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଭାଙ୍ଗିଯିବ କି ଟିଏମସି ସରକାର,ମମତାଙ୍କୁ ଘାରିଛି ଡର,ଇଏ ଏମିତି କେଉଁ ଡ଼ର। ଯାହା ମମତାଙ୍କୁ ଡରାଉଛି,ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚିତ,ଇଏ ଏମିତି ସେମିତି ଡ଼ର ନୁହେଁ,ଏ ଡ଼ର କ୍ଷମତା ଚାଲିଯିବାର ଡ଼ର,ଏ ଡ଼ର ଆନ୍ଦୋଳନର ଡ଼ର,କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘାରିଛି ସିବିଆଇ ଡ଼ର। କେବେ ମିଳିବ ନ୍ୟାୟ,କେବେ ଥମିବ ଆନ୍ଦୋଳନ,ମୁଖ୍ୟମନ୍ତ୍ରୀ ଜଣେ ନାରୀ ହୋଇ କେବେ ବୁଝିବେ ଜଣେ ନାରୀର ଦୁଃଖ,ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି ମନରେ।
ପଶ୍ଚିମ ବଙ୍ଗ ଉଠୁଛି ପଡୁଛି,ଆନ୍ଦୋଳନକାରୀଙ୍କ ନ୍ୟାୟ ଲଢେଇର ପ୍ରଭାବ ସାରା ଦେଶରେ ପଡିଛି ଆନ୍ଦୋଳନ ମଧ୍ୟ ଜାରି ରହିଛି। କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ୧୨ ଦିନରୁ ଉର୍ଦ୍ଧ ସମୟ ବିତିଲାଣି,ଆର୍ଥାତ ଅଗଷ୍ଟ ୯ତାରିଖରୁ ଅଗଷ୍ଟ ୨୦,ଏହି ସମୟ ବ୍ୟବଧାନ ଭିତରେ କାହିଁକି ମଉନବ୍ରତ କରିଛନ୍ତି ଦିଦି।ଏହି ଘଟଣାରେ ୧୮ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ଯିଏ ରହିଛନ୍ତି ତାଙ୍କର ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ ଟେଷ୍ଟ ହେବ ଘଟଣା ପଛର ସତ ଆସିବ ସାମ୍ନାକୁ।
ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି। କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି ବା ସି.ଏଫ.ଏସ.ଏଲ ର ୫ ଜଣିଆ ଟିମ୍। ସୁପ୍ରିମକୋର୍ଟ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ଡାକ୍ତରଖାନାରେ ଭଙ୍ଗାରୁଜା ମାମଲାରେ ସମସ୍ତ ତଥ୍ୟ ମଗାଇ ଏହାର ଅନୁଧ୍ୟାନ କରିଛନ୍ତି। ଏହି ମାମଲାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟର,ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ।
ଗୁରୁବାର ସୁଦ୍ଧା ସିବିଆଇକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ,ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଗଠନ ହେବ ନ୍ୟାସନାଲ ଟାକ୍ସ ଫୋର୍ସ,ପୀଡିତାଙ୍କ ନାଁ ଫଟୋ ଭାଇରାଲକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି,ଘଟଣାର ବହୁ ବିଲମ୍ବ ଏଫଆଇକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି,ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ,ସାରାଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିବା ସହ ସରକାର ହିଂସାକୁ କାହିଁକି ରୋକିପାରିଲେନି କହିଛନ୍ତି। ଏପଟେ ପୀଡିତାଙ୍କ ଶବ ପଡିଥିବାବେଳେ କଲେଜର ଅଧ୍ୟକ୍ଷ୍ୟ କେମିତି ଅନ୍ୟ କଲେଜକୁ ଟ୍ରାନ୍ସଫର ହେଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଠି ସରକାରଙ୍କ ଭୂମିକା ସନ୍ଦେହ ଘେରରେ ଆସିଛି। କାର୍ଯ୍ୟକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ନ୍ୟାୟାଳୟ। କୋଲକତା ଦୁଷ୍କର୍ମକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି।
📱 Get Argus News App
✨ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯିବା ପରେ ତଣ୍ଟି ଚିପି ଅତି ନୃଶଂସ ଭାବରେ କରାଯାଇଛି ହତ୍ୟା । ଶରୀରରେ ମୋଟ୍ ୧୪ ଟି ଗଭୀର କ୍ଷତ ରହିଛି । ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା । ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ଆଉ ଏହାରି ଭିତରେ ରିପୋର୍ଟ ଆସିଥିବାରୁ ପୋଲିସ ପ୍ରଥମେ ମିଛ କହିଥିବାର ପ୍ରମାଣ ମିଳିଥିଲା । କୁଆଡେ ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍କୋର୍ଟ। କାର୍ଯ୍ୟକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସୁପ୍ରିମ୍କୋର୍ଟ ନ୍ୟାୟଳୟ। କିନ୍ତୁ ଅନ୍ୟପଟେ ଆନ୍ଦୋଳନ ଥମିବାର ନା ଧରୁନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ପାଇଁ ଜୋର ଧରିଛି ଦାବି । ଯଦି ତାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରା ନଯାଏ ପଶ୍ଚିମବଙ୍ଗ ଦ୍ବିତୀୟ ବାଂଲାଦେଶ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।
ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସହ କୁଆଡେ ଲିଙ୍କ ରହିଛି ଟିଏମସି ସହ,ଏକଥା ଯଦି ପ୍ରମାଣିତ ହୋଇଯାଏ ତାହେଲେ ସାଙ୍ଘାତିକ,ସେଥିପାଇଁ ବୋଧ ହୁଅ ମମତାଙ୍କୁ ଘାରିଛି ଚୌକି ଡ଼ର,ଯଦି ସତ ସାମ୍ନାକୁ ଆସିଯିବ,ଟିଏମସ ସରକାର ମଧ୍ୟ ପଶ୍ଚିମ ବଙ୍ଗ ସରକାର ଗଡିଯିବାର ସମ୍ଭାବନା ରହିଛି। ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି।ପୂରା ଦେଶରେ ଅସନ୍ତୋଷ ଜାରି ରହିଛନ୍ତି। ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସିବିଆଇ ଏଇ ଘଟଣାର ଛାନଭିନକରୁଥିବାବେଳେ ଡର ଘାରିଛି ମମତାଙ୍କୁ,କାଳେ ସତ ଆସିଯିବ କି ସାମ୍ନାକୁ।ଅନ୍ୟପଟେ ପୁରା ଘଟଣାରେ ମୁହଁବନ୍ଦ ରଖିବାକୁ କୁଆଡେ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଯଚାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ସେଇଥି ପାଇଁ ବୋଧହୁଏ ଦିଦିଙ୍କୁ ଘାରିଛି ଆନ୍ଦୋଳନ ଡ଼ର। ମାମଲାକୁ ଚପାଇ ଦେବା ପାଇଁ କୁଆଡେ ଷଡଯନ୍ତ୍ର କରୁଛି ଟିଏମସି ସରକାର ବୋଲି ଚର୍ଚ୍ଚା ଜୋର ଧରିଛି। କେମିତି ମେଡ଼ିକାଲରୁ କୌଣସି ପ୍ରମାଣ ନମିଳିଳେ ସେଇଥି ଲାଗି ପଶ୍ଚିମବଙ୍ଗ ସରକାର ଭରପୁର ପ୍ରୟାସ କରୁଛନ୍ତି । ସେଇଥି ଲାଗି ମାମଲାର ତଦନ୍ତ କରୁଥିବା ସିବିଆଇକୁ ବି କଲିକତା ପୋଲିସ ସାହାଯ୍ୟ କରିବନି, ମହିଳା ହୋଇ ମଧ୍ୟ ମହିଳା ଆନ୍ଦୋଳନକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି,ପୂର୍ବରୁ କିଛି ଏମିତି କହି ଦିଦିଙ୍କୁ ଘେରିଥିଲେ କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ । ତେବେ ହସ୍ପିଟାଲର ସ୍ଥାୟୀ ସୁରକ୍ଷା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ଡାକ୍ତରମାନେ ନିଜ ପ୍ରତିବାଦ ଜାରି ରଖିଛନ୍ତି। କାର୍ଯ୍ୟକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ନ୍ୟାୟଳୟ। ତେବେ ଏହି ଘଟଣାରେ କେବେ ମିଳିବ ନ୍ୟାୟ ସାରା ଦେଶର ଅପେକ୍ଷା ରହିଛି।