Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାମଲାର ତ୍ବରିତ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ଗରୁତ୍ବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମାମଲାର ତ୍ବରିତ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ଗରୁତ୍ବ

ମାମଲାର ଶୁଣାଣି ବିଳମ୍ବ ହେବାରୁ କ୍ଷୁର୍ଣ୍ଣ ହେଉଛି ଅଭିଯୁକ୍ତର ମୌଳିକ ଅଧିକାର। ଏକ ମାମଲାର ଶୁଣାଣି ବେଳେ ଏମିତି କହିଛନ୍ତି ବିଚାରପତି ଜେବି ପାରଡି ଓ୍ବାଲା ଏବଂ ବିଚାରପତି ଆର୍‌. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ। ନକ୍ସଲ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଣେ ବ୍ୟକ୍ତି ୫ ବର୍ଷ ହେଲା ଜେଲରେ ରହିଥିଲେ। ତାଙ୍କୁ ଜାମିନ ପ୍ରଦାନ ବେଳେ ଏମିତି କହିଛନ୍ତି ସୁପ୍ରିମକୋର୍ଟ।


ଅଭିଯୁକ୍ତ ୨୦୨୦ ମସିହାରୁ ପୋଲିସ ହେପାଜତରେ ରହିଥିଲେ। ସରକାରୀ ଓକିଲ ଏନେଇ ୧୦୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ପାଇଁ ସ୍ଥିର କରିଥିଲେ। ସେଥିମଧ୍ୟରୁ ପ୍ରାୟ ୪୪ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ୪୪ ଜଣ ସମାନ କଥା କହିଛନ୍ତି। ଯାହାକୁ ନା ପସନ୍ଦ କରି ସୁପ୍ରିମକୋର୍ଟ କହିଛନ୍ତି ୧୦୦ ଜଣଙ୍କୁ ପଚାରି ସମାନ କଥା ଜାଣିବାର କୌଣସି ଲାଭ ନାହିଁ। ଶୁଣାଣିରେ ବିଳମ୍ବ ହେବା ହେବା କେବଳ ପୀଡିତକୁ ନୁହେଁ ବରଂ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୋଷୀ ସାବ୍ୟସ୍ତ ନହୋଇ ଜଣଙ୍କୁ ଏତେଦିନ ଜେଲରେ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ। ଯାହା ଅଭିଯୁକ୍ତଙ୍କ ପରିବାର ଉପରେ ଆର୍ଥିକ ବୋଝ ସହ ସାମାଜିକ ପ୍ରଭାବ ପକାଇଥାଏ।


ଥରେ ଅଭିଯୁକ୍ତ ହୋଇ ପୋଲିସ ହେପାଜତକୁ ଆସିଲେ ବ୍ୟକ୍ତିର ଚାକିରି ଚାଲିଯାଏ, ସମ୍ପର୍କ ଭାଙ୍ଗିଯାଏ। ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବି ତାକୁ କୌଣସି କ୍ଷତିପୂରଣ ମିଳେ ନାହିଁ। ଯଦି ଅଭିଯୋଗର ନ୍ୟାୟ ଆସିବା ପାଇଁ ଅଭିଯୁକ୍ତ ୫ ରୁ ୬ ବର୍ଷ ଜେଲରେ କାଟୁଛି, ଏହାର ଅର୍ଥ ଧାରା ୨୧ ଅଧିକାରର ଉଲ୍ଲଂଘନ ହେଉଛି। ଅପରାଧ ଯେତେ ଗୁରୁତର ହୋଇଥିଲେ ବି ଶୀଘ୍ର ବିଚାର କରାଯିବା ଅଭିଯୁକ୍ତର ଏକ ମୌଳିକ ଅଧିକାର।

Sponsored
Supreme Court attaches importance to expedited hearing of the case | Argus News