Videos
|
National

Stray Dogs / ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Rashmita Mishra
Browse all articles by Rashmita Mishra
·2 months ago·2 min read
ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
Stray Dogs

Key Points

ବୁଲା କୁକୁର କାମୁଡ଼ିଲେ ଏମାନେ ଜେଲ୍ ଯିବେ
ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ 
'ମନୁଷ୍ୟ ଜୀବନ ଓ ସୁରକ୍ଷା ସବୁଠୁ ପ୍ରଥମ'
କୁକୁର କାମୁଡ଼ିଲେ ଖାଦ୍ୟ ଦେଉଥିବା ବ୍ୟକ୍ତି ହେବେ ଦାୟୀ
 
ବୁଲା କୁକୁର ସମସ୍ୟା ଏବଂ ସେମାନଙ୍କ କାମୁଡ଼ାକୁ ନେଇ ସୁପ୍ରିମକୋର୍ଟ ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ଓ କଠୋର ରାୟ ପ୍ରକାଶ କରିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ "ଜୀବ ପ୍ରତି ଦୟା" ଆବଶ୍ୟକ, କିନ୍ତୁ ମନୁଷ୍ୟର ଜୀବନ ଓ ସର୍ବସାଧାରଣଙ୍କ ସୁରକ୍ଷା ସବୁଠାରୁ ପ୍ରାଥମିକ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବୁଲା କୁକୁର କାହାକୁ କାମୁଡ଼େ, ତେବେ ସେହି କୁକୁରକୁ ନିୟମିତ ଖାଦ୍ୟ ଦେଉଥିବା ବ୍ୟକ୍ତି ଏଥିପାଇଁ ଦାୟୀ ରହିବେ । କୁକୁର କାମୁଡ଼ାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସମ୍ପୃକ୍ତ ଖାଦ୍ୟ ଦାତାଙ୍କୁ ବହନ କରିବାକୁ ପଡ଼ିପାରେ ।


କୁକୁର କାମୁଡ଼ା ଯୋଗୁଁ ଯଦି କାହାର ମୃତ୍ୟୁ ହୁଏ କିମ୍ବା କେହି ଗୁରୁତର ଅସୁସ୍ଥ ହୁଅନ୍ତି, ତେବେ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପୀଡ଼ିତ ବା ତାଙ୍କ ପରିବାରକୁ ବିପୁଳ ପରିମାଣର କ୍ଷତିପୂରଣ ପ୍ରଦାନ କରିବେ । ବୁଲା କୁକୁରଙ୍କ ନିୟନ୍ତ୍ରଣ କରିବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ । ସ୍କୁଲ, ହସ୍ପିଟାଲ, ରେଳ ଷ୍ଟେସନ ଏବଂ ଜନଗହଳିପୂର୍ଣ୍ଣ ସର୍ବସାଧାରଣ ସ୍ଥାନଗୁଡ଼ିକରୁ ବୁଲା କୁକୁରମାନଙ୍କୁ ତୁରନ୍ତ ହଟାଇବା ପାଇଁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ପବ୍ଲିକ ହେଲଥ୍ ଓ ସାଧାରଣ ଜନତାଙ୍କ ସୁରକ୍ଷା ସହ କୌଣସି ପ୍ରକାର ଆପୋଷ ବୁଝାମଣା କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବା ପାଇଁ ସଠିକ୍ ଭାବେ ବନ୍ଧ୍ୟାକରଣ ଏବଂ ଜଳାତଙ୍କ ରୋଗରୁ ରକ୍ଷା ପାଇଁ ଟୀକାକରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାରଙ୍କୁ କୁହାଯାଇଛି ।



କୁକୁରମାନଙ୍କୁ କେବଳ ରାସ୍ତାରେ ଛାଡ଼ି ନଦେଇ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପଶୁପ୍ରେମୀଙ୍କୁ ସାମାନ୍ୟ ଆଘାତ ଦେଇଥିଲେ ମଧ୍ୟ, ଦେଶରେ ବଢୁଥିବା କୁକୁର କାମୁଡ଼ା ଏବଂ ଶିଶୁମାନଙ୍କ ମୃତ୍ୟୁ ଭଳି ସଂବେଦନଶୀଳ ଘଟଣାକୁ ରୋକିବା ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: