ହିଣ୍ଡେନବର୍ଗ ସମ୍ପର୍କିତ କୌଣସି ମାମଲାକୁ ଗ୍ରହଣ କରାଯିବ ନାହିଁ: ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିଦେଇଛନ୍ତି । ସେବି ଦ୍ବାରା ଫାଇନାଲ୍ ଯାଞ୍ଚ ରିପୋର୍ଟକୁ ନେଇ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ହିଣ୍ଡେନବର୍ଗ ସମ୍ପର୍କିତ କୌଣସି ବି ମାମଲାକୁ ଗ୍ରହଣ କରାଯିବ ନାହିଁ । ଏହି ଆବେଦନରେ ଆଦାନୀ ଗ୍ରୁପ ଉପରେ ଆମେରିକାର ସର୍ଟସେଲର ଫାର୍ମ ହିଣ୍ଡେବନର୍ଗର ଦ୍ବିତୀୟ ରିପୋର୍ଟକୁ ନେଇ ୫ ଅଗଷ୍ଟ ୨୦୨୪ରେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ।
ଯେଉଁଥିରେ ତାଙ୍କର ପୂର୍ବ ଆବେଦନକୁ ଖାରଜ କରି ଦିଆଯାଇଥିଲା । ଆବେଦନକାରୀ ନିଜର ଆବେଦନରେ ସେବିକୁ ଫାଇନାଲ୍ ଯାଞ୍ଚ ରିପୋର୍ଟ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ରେଜିଷ୍ଟ୍ରାର ଅଗଷ୍ଟ ୫, ୨୦୨୪ରେ ଏକ ଲଜିଂ ଅର୍ଡର ଜରିଆରେ ଏହି ଅନୁରୋଧକୁ ଖାରଜ୍ କରିଦେଇଥିଲେ । ଜାନୁଆରୀରେ କୋର୍ଟରେ ନିଷ୍ପତ୍ତି ଅନୁସାରେ ସେବିକୁ ୩ ମାସ ସମୟ ଦିଆଯାଇଥିଲା । ରେଜିଷ୍ଟ୍ରି ଅନୁସାରେ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ସହ ମାମଲାର ସମାଧାନ ହୋଇସାରିଥିବା ବିଚାର କରାଯାଇଥିଲା। ଏବଂ ଏ ସମ୍ବନ୍ଧରେ ଆଉ କୌଣସି ଆବେଦନ ଦାୟର ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
📱 Get Argus News App
✨ଆଦାନୀ-ହିଣ୍ଡେନବର୍ଗ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ କରିଛନ୍ତି। ହିଣ୍ଡେନବର୍ଗ ସମ୍ପର୍କିତ କୌଣସି ମାମଲାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।