ସ୍ବାଧୀନତା ସଂଗ୍ରାମୀଙ୍କୁ ଏମିତି କହିବାର ଅଧିକାର ନାହିଁ : ସୁପ୍ରିମକୋର୍ଟ

କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ। ରାହୁଲ୍ ବିଭିନ୍ନ ସଭାରେ ବୀର ସାଭରକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନା ପସନ୍ଦ କରିଛନ୍ତି ଖଣ୍ଡପୀଠ। କୋର୍ଟ କହିଛନ୍ତି ଏଭଳି ମନ୍ତବ୍ୟ ଦାୟିତ୍ବହୀନ ଭଳି ଲାଗୁଛି। ଆମେ ଆମ ସ୍ବାଧୀନତା ସଂଗ୍ରାମୀଙ୍କୁ ଅବମାନନା କରି ପାରିବୁ ନାହିଁ। ଆଗକୁ ଯଦି ରାହୁଲ୍ ଏଭଳି ମନ୍ତବ୍ୟ ଦିଅନ୍ତି ତେବେ କୋର୍ଟ ନିଜଆଡୁ ମାମଲା ଦାୟର କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି।
ବୀର ସାଭରକର ସ୍ବାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି ରାହୁଲ୍ ଏକାଧିକବାର ଭାଷଣରେ କହିଛନ୍ତି। ଏନେଇ ବୀର ସାଭରକରଙ୍କ ପରିବାର ଲୋକ ଓ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଅଭିଯୋଗ କରିଛନ୍ତି। ସାଭରକରଙ୍କ ନାତୁଣୀ ସତ୍ୟାକୀ ସାଭରକର ପୁଣେର ଏକ ଅଦାଲତରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ।
📱 Get Argus News App
✨ଅଦାଲତ ରାହୁଲଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଭବିଷ୍ୟତରେ ଏଭଳି ମନ୍ତବ୍ୟ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହା ସହିତ, ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସାଭରକରଙ୍କ ଯୋଗଦାନ ଉପରେ ଐତିହାସିକ ତଥ୍ୟ ଆଧାରରେ ଆଲୋଚନା ହେବା ଉଚିତ, କିନ୍ତୁ ଏହା ଅବମାନନାକର ହେବା ଉଚିତ ନୁହେ। ସାଭରକରଙ୍କ ନାତୁଣୀଙ୍କ ଅଭିଯୋଗ ରାହୁଲ ଦେଇଥିବା ମନ୍ତବ୍ୟରେ କହିଥିଲେ ଭରକର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସହ କୌଣସି ସମ୍ପର୍କ ନାହିଁ। ସାଭରକର ବ୍ରିଟିଶ ସରକାରଙ୍କୁ ଦୟାଯାଚନା ପତ୍ର ଲେଖିଥିଲେ ଏବଂ ସେମାନଙ୍କୁ ସହଯୋଗ କରିଥିଲେ। ଯାହାକୁ ନେଇ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା କରିଥିଲେ ସାଭରକରଙ୍କ ପରିବାର ଲୋକ।