Videos
|
National

ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ : ଖବର ପ୍ରକାଶନ ପୂର୍ବରୁ ସାବଧାନ ରହୁ ଗଣମାଧ୍ୟମ

Ritu Das
Browse all articles by Ritu Das
·1 year ago
ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ : ଖବର ପ୍ରକାଶନ ପୂର୍ବରୁ ସାବଧାନ ରହୁ ଗଣମାଧ୍ୟମ

ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣିକରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ ଜୁନ୍‌ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ ନେଇ ଜାତୀୟ ସ୍ତରୀୟ ଖବରକାଗଜ ଟାଇମ୍ସ ଇଣ୍ଡିଆର ସମ୍ପାଦକୀୟରେ ଅପମାନଜନକ ଲେଖା ପ୍ରକାଶିତ କରାଯାଇଥିବା ଅଭିଯୋଗକରି ଖବରକାଗଜର ସମ୍ପାଦକୀୟ ନିର୍ଦ୍ଦେଶକ ଜୟଦୀପ ବୋଷ ଏବଂ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା। ବୁଧବାର ସୁପ୍ରିମକୋର୍ଟ ଉକ୍ତ ମାନହାନି ମାମଲାକୁ ଖାରଜ କରିଦେଇଛନ୍ତି।


ଶୁଣାଣି ବେଳେ ଷ୍ଟିସ୍‌ ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍‌ ଜେ.ବି. ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଜନତାଙ୍କର ମତକୁ ଆକାର ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ତେଣୁ ବେପରୁଆ ସାମ୍ବାଦିକତା ସମାଜ ପାଇଁ ଭୟାବହ ଏବଂ ଏହାର ଦୀର୍ଘକାଳୀନ ପାରିଣାମ ପଡ଼ିପାରେ। ଖବରଦାତାମାନଙ୍କୁ କୌଣସି ଖବର କିମ୍ବା ମନ୍ତବ୍ୟ ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଆବଶ୍ୟକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: