Videos
|
National

ଯୌତୁକରେ ମାଗିଥିଲେ ବହୁତ ପୁରୁଣା ଗାଡି, ସୁପିମକୋର୍ଟ କହିଲେ ଅଲଗା ହୁଅ

Smruti Parija
Browse all articles by Smruti Parija
·1 year ago·2 min read
ଯୌତୁକରେ ମାଗିଥିଲେ ବହୁତ ପୁରୁଣା ଗାଡି, ସୁପିମକୋର୍ଟ କହିଲେ ଅଲଗା ହୁଅ

Key Points

ଯୌତୁକରେ ମାଗିଥିଲେ ଦାମୀ କାର

ସୁପ୍ରିମକୋର୍ଟ କହିଲେ ଅଲଗା ହୁଅ

କାରର ମୂଲ୍ୟ ଅଢେଇ କୋଟିରୁ ଉର୍ଦ୍ଧ୍ୱ

ଆଜିକାଲି ବିବାହ ସାତ ଜନ୍ମ କ'ଣ ସାତ ଦିନ ବି ତିଷ୍ଠୁନି । ଯାହାର ବିଭିନ୍ନ କାରଣ ରହୁଛି । କିଏ ସ୍ୱାମୀକୁ ଦୋଷ ଦେଉଛି ତ କିଏ ସ୍ତ୍ରୀ । କେତେବେଳେ ଯୌତୁକ ତ କେତେବେଳେ ଅନ୍ୟ କିଛି ସାମାନ୍ୟ କାରଣ ପାଇଁ ବିବାହ ଭଳି ପବିତ୍ର ସମ୍ପର୍କ କ୍ଷଣିକେ ଭାଙ୍ଗି ଯାଉଛି । ଠିକ୍ ସେମିତି ଏକ ଘଟଣା ସାମନାକୁ ଆସିଛି । ଯୌତୁକରେ କ୍ଲାସିକ୍ ରୋଲ୍ସ ରଏସ୍ କାର ନମିଳିବାରୁ ହେଲା ଛାଡପତ୍ର । ଏହି କାରର ବର୍ତ୍ତମାନର ମୂଲ୍ୟ ୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।


ପତ୍ନୀଙ୍କ କହିବା କଥା ମୋ ସ୍ୱାମୀ ଏବଂ ତାଙ୍କ ପରିବାର ଯୌତୁକରେ ମୁମ୍ବାଇରେ ଏକ ଫ୍ଲାଟ୍ ସହ ୧୯୫୧ ମସିହାରେ ନିର୍ମିତ କ୍ଲାସିକ୍ ରୋଲ୍ସ ରଏସ୍ କାର ଡିମାଣ୍ଡ କରିଥିଲେ । ହେଲେ ତାହା ମୁଁ ନ ନେଇଥିବାରୁ ଆମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ବିବାହ ପରେ ସବୁବେଳେ ସେହି ରୟାଲ୍ କାର୍ କୁ ନେଇ ତୁ ତୁ ମେ ମେ ଲାଗି ରୁହେ । ଶେଷରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା । ଶେଷରେ ସୁପ୍ରିମକୋର୍ଟ ମଧ୍ୟ ଉଭୟଙ୍କ ମଧ୍ୟରେ ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମଗ୍ର ବିଶ୍ୱରେ ଏହା ଏକମାତ୍ର କାର । ଯାହାକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସେତେବେଳେ ବରୋଦାର ରାଣୀ ଚିମନା ବାଇ ସାହିବ ଗାଏକୱାଡଙ୍କ ନିର୍ଦ୍ଦେଶରେ ତିଆରି କରିଥିଲେ । ଏହି କାରଟି ଏଚ୍ ଜେ ମୁଲିନର୍ ଆଣ୍ଡ୍ କମ୍ପାନୀ ଦ୍ୱାରା ଡିଜାଇନ କରାଯାଇଥିଲା ।


ଏହି ରାୟ ଦେବା ସମୟରେ ଖଣ୍ଡପୀଠ କହିଛନ୍ତି ଯେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀଙ୍କର ଭରଣପୋଷଣ ବାବଦରେ ୨.୨୫ କୋଟି ଟଙ୍କା ଦେବାକୁ ପଡିବ । ପ୍ରଥମ କିସ୍ତିରେ ୧ କୋଟି ଟଙ୍କା ସହିତ, ପତ୍ନୀଙ୍କ ପକ୍ଷରୁ ମିଳିଥିବା ସମସ୍ତ ପ୍ରକାରର ଉପହାର ଫେରସ୍ତ କରିବାକୁ ପଡିବ । ଏହା ପରେ, ଦ୍ୱିତୀୟ ଏବଂ ଶେଷ କିସ୍ତି ୧.୨୫ କୋଟି ଟଙ୍କା ନଭେମ୍ବର ୩୦ ସୁଦ୍ଧା ଦେବାକୁ ପଡିବ ।ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ଛାଡପତ୍ର ତ ହୋଇଛି ହେଲେ ଦୁହେଁ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରି ପରସ୍ପରକୁ ବଦନାମ କରିବେ ନାହିଁ ।


ସେପଟେ ସ୍ୱାମୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପତ୍ନୀଙ୍କ ଉପରେ ଠକେଇ ଏବଂ ଜାଲିଆତିର ଅଭିଯୋଗ ଆଣିଛନ୍ତି ।


ତେବେ ଏହି ହାଇପ୍ରୋଫାଇଲ ଦମ୍ପତି କିଏ ? ପୂରା ଘଟଣା କ’ଣ?


ଗ୍ବାଲିୟରରେ ରହୁଥିବା ମହିଳା ଜଣକ ଦାବି କରିଛନ୍ତି ଯେ ସେ ଏକ ଅତ୍ୟନ୍ତ ପ୍ରତିଷ୍ଠିତ ପରିବାରର । ଯାହାଙ୍କ ପୂର୍ବପୁରୁଷ ଛତ୍ରପତି ଶିବାଜୀ ମହାରାଜଙ୍କ ନୌସେନାରେ ଆଡମିରାଲ ଥିଲେ ଏବଂ କୋଙ୍କଣ ଅଞ୍ଚଳର ଶାସକ ଘୋଷିତ ହୋଇଥିଲେ। ଅନ୍ୟପକ୍ଷରେ, ତାଙ୍କ ସ୍ୱାମୀ ଏକ ସାମରିକ ଅଧିକାରୀଙ୍କ ପରିବାରର ଏବଂ ମଧ୍ୟପ୍ରଦେଶରେ ଏକ ଶିକ୍ଷାନୁଷ୍ଠାନ ଚଳାଉଛନ୍ତି । ୧୯୫୧ ମସିହାରେ ନିର୍ମିତ କ୍ଲାସିକ୍ ରୋଲ୍ସ ରଏସ୍ କାର ପାଇଁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଛି ।